ଯେତେ ଯାହା ହେଲେ ବି ପାକିସ୍ତାନ ଛାଡୁନି ମୁହଁ ଫୁଟାଣି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ଯେ ଭାରତ ସହିତ ଯୁଦ୍ଧ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି । ବ୍ରିଟେନର ସ୍କାଏ ନ୍ୟୁଜ୍ ସହିତ କଥାବାର୍ତ୍ତା ବେଳେ ଏମିତି କିଛି କହିଛନ୍ତି ସେ । ତାଙ୍କ କହିବା କଥା ଯେ ଦୁଇଟି ପରମାଣୁ ଶକ୍ତି ଅସ୍ତ୍ରଶସ୍ତ୍ର ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଯୁଦ୍ଧର ସମ୍ଭାବନା ଅଧିକ । ତେବେ ଏହାକୁ ନେଇ ସାରା ବିଶ୍ୱବାସୀ “ଚିନ୍ତିତ” ହେବା ଉଚିତ। ଉଭୟ ଦେଶର ବାୟୁସେନା ସମରାଭ୍ୟାସରେ ଲାଗିଛନ୍ତି । ଭାରତୀୟ ସ୍ଥଳସେନା ସୀମାରେ ହାଇଆଲର୍ଟ ମୋଡରେ ପାକିସ୍ତାନ ଉପରେ ଛଞ୍ଚାଣ ନଜର ରଖିଛି । ସେପଟେ ଶତ୍ରୁ ହାତରୁ ରକ୍ଷା ପାଇବାକୁ ପାକିସ୍ତାନ ସେନା ବଙ୍କର ଖୋଜିବାରେ ବ୍ୟସ୍ତ ରହିଛି । ଏହାରି ଭିତରେ ସୁଯୋଗ ନେଇ ଉଭୟ ସରକାର ଉଭୟ ଦେଶ ଉପରେ କଟକଣା ଲଗାଇବାରେ ଲାଗିଛନ୍ତି । ସିନ୍ଧୁ ଚୁକ୍ତି ରଦ୍ଦ, ସିମଲା ଚୁକ୍ତି ରଦ୍ଦ, ଦୂତାବାସରୁ କର୍ମଚାରୀ ସଂଖ୍ୟା କମାଇବା, ପାକ୍ ନାଗରିକଙ୍କ ଭିଜା ଉପରେ କଟକଣା ଲଗାଇବା ଭଳି କାର୍ଯ୍ୟାନୁଷ୍ଠାନ ଭାରତ ନେଇଥିବା ବେଳେ ପାକ୍ ସରକାର, ଏୟାରବେଶ୍ ଉପରେ କଟକଣା ଲଗାଇ ଭାରତକୁ ଚ୍ୟାଲେଞ୍ଜ ଦେଇଛି । ତେବେ ଭାରତ-ପାକିସ୍ତାନ ଟେନସନ୍ ଭିତରେ ଶ୍ରୀନଗରରେ ପହଞ୍ଚିଛନ୍ତି ସେନା ମୁଖ୍ୟ। ଆର୍ମୀ ଚିଫ୍ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଶ୍ରୀନଗର ଯାଇଛନ୍ତି । ଜମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷିରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ ।
ଜମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନର ସମୀକ୍ଷା କରିବେ । ଆର୍ମୀର ଟପ୍ କମାଣ୍ଡର ସେନା ମୁଖ୍ୟଙ୍କୁ ସ୍ଥିତି ସଂପର୍କରେ ଅବଗତ କରିବେ । ଏଲଓସି ସ୍ଥିତିର ମଧ୍ୟ ସମୀକ୍ଷା କରିବେ କାଉଣ୍ଟର ଟେରରିଷ୍ଟ ଏଲଓସି ସ୍ଥିତିର ମଧ୍ୟ ସମୀକ୍ଷା କରିବେ ଜେନେରାଲ ଦ୍ବିବେଦୀ ।