ଭାରତକୁ ୧୯୦ ରନ୍‌ରେ ହରାଇଲା ଅଷ୍ଟ୍ରେଲିଆ

ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଅଷ୍ଟ୍ରେଲିଆ ମହିଳା ଟିମ୍ ଭାରତକୁ ୩-୦ରେ ହରାଇଛି । ଅଷ୍ଟ୍ରେଲିଆ ଟିମ୍ ମଙ୍ଗଳବାର ମୁମ୍ୱାଇର ୱାଙ୍ଖଡେ ଷ୍ଟାଡିୟମରେ ତୃତୀୟ ଦିନିକିଆରେ ୧୯୦ ରନ୍‌ରେ ବିଜୟ ହାସଲ କରିଛି ।ଟସ୍ ଜିତି ଅଷ୍ଟ୍ରେଲିଆ ଟିମ୍ ପ୍ରଥମେ ବ୍ୟାଟିଂ କରିବା ପାଇଁ ମୈଦାନକୁ ଓହ୍ଲାଇଥିଲା ।୩୩୯ ରନ୍‌ ଜବାବରେ ଭାରତ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ମାତ୍ର ୧୪୮ ରନ୍‌ରେ ଅଲଆଉଟ ହୋଇଥିଲା। ଭାରତର ଛଅ ଜଣ ଖେଳାଳି ଦୁଇ ଅଙ୍କ ମଧ୍ୟ ଛୁଇଁ ପାରି ନଥିଲେ । ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ୨୯ ଏବଂ ଜେମିମା ରୋଡ୍ରିଗ୍ସ ୨୫ ରନ୍ କରିଥିଲେ ।

ଦୀପ୍ତି ଶର୍ମା ୨୫ ରନ୍ କରି ଅପରାଜିତ ଥିଲେ । ତେବେ ୨୦ ବର୍ଷୀୟା ଲିଚ୍‌ଫିଲ୍ଡ ୧୨୫ ବଲ୍‌ ଖେଳି ୧୧୯ ରନ୍‌ ସ୍କୋର କରିଥିଲେ। ଏହି ଇନିଂସରେ ୧୬ ଚୌକା ଓ ୧ ଛକା ସାମିଲ ଥିଲା। ଅନ୍ୟତମ ଓପନର ତଥା ଅଧିନାୟିକା ଆଲିସା ହିଲି ୮୨ ରନ୍‌ର ଇନିଂସ ଖେଳିଥିଲେ। ଉଭୟ ଓପନର ପ୍ରଥମ ଉଇକେଟର ୧୮୯ ରନର ପାର୍ଟନରଶିପ୍‌ ସହ ବଡ ସ୍କୋରର ମୂଳଦୂଆ ପକାଇଥିଲେ।

ଅଧିକ ପଢନ୍ତୁ