ଭାରତରରେ ପାକିସ୍ତାନ ସରକାରଙ୍କ ୱେବସାଇଟ୍ ଏବଂ ଏକ୍ସ ଆକାଉଣ୍ଟ ବ୍ୟାନ୍

ଜମ୍ମୁ-କାଶ୍ମୀରର ଅତି ସୁନ୍ଦର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ପରେ ଦେଶରେ ପ୍ରବଳ କ୍ରୋଧ ପ୍ରକାଶ ପାଇଛି। ଦେଶରେ ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଏଭଳି ସମୟରେ ଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନକୁ କେକ ଅର୍ଡର କରାଯାଇଛି। ତେବେ କାହିଁକି ଏବଂ କେଉଁ କାରଣରୁ କେକ୍‌ ମଗାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଆକ୍ରମଣକୁ ନେଇ ଲଗାତାର ଭାବେ ବୈଠକ କରାଯାଉଛି। ଏହି ସମୟରେ ଦିଲ୍ଲୀରେ ପାକିସ୍ତାନ ହାଇକମିଶନ ଭିତରକୁ ଜଣେ ବ୍ୟକ୍ତି କେକ୍‌ ନେଇ ଯାଉଥିବାର ଦେଖାଯାଇଛି। ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ କେକ୍‌ ନେଇ ଭିତରକୁ କାହିଁକି ଯାଉଛନ୍ତି। ଲୋକଟି କୌଣସି ଉତ୍ତର ଦେଇ ନାହାନ୍ତି। ତେବେ ପହଲଗାମ୍ ଆତଙ୍କୀ ହମଲା ପରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନ ସହ ଗୋଟେ ପରେ ଗୋଟେ ସମ୍ପର୍କ କାଟୁଛନ୍ତି ଭାରତ ସରକାର । ଭାରତ ପାକିସ୍ତାନ ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛି ।

ଭାରତ ସରକାର ପାକିସ୍ତାନ ସରକାରର ସୋସିଆଲ ଆକାଉଣ୍ଟକୁ ବ୍ୟାନ୍ କରିଛି । ପାକିସ୍ତାନର ସରକାରୀ ୱେବସାଇଟ୍ ମଧ୍ୟ ଭାରତରେ ବ୍ଲକ୍ କରାଯାଇଛି । ଭାରତରେ https://pakistan.gov.pk/କୁ ଆକ୍ସେସ୍ କରିପାରିବେନି । ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି ।IT ମନ୍ତ୍ରଣାଳୟ ନେଲା ପାକିସ୍ତାନ ବିରୋଧରେ ପଦକ୍ଷେପ । ଏନେଇ ‘x’ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ IT ମନ୍ତ୍ରଣାଳୟ । ଆଉ ଆଇଟି ମନ୍ତ୍ରଣାଳୟର ଅନୁରୋଧ ମଧ୍ୟ ରଖିଲା ‘x’ । ଭାରତରେ ପାକିସ୍ତାନର ସରକାରୀ ‘x’ ହ୍ୟାଣ୍ଡେଲ୍ ବ୍ଲକ୍ ।ଗତକାଲି ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ବ୍ୟାନ୍ କରିବା ସହ ଭିସାକୁ ମଧ୍ୟ ବନ୍ଦ କରିଥିଲେ।ସେହିଭଳି ଭାରତରେ ରହୁଥିବା ପାକିସ୍ତାନୀ ଲୋକମାନେ ଦେଶ ଛାଡି ନିଜ ଜନ୍ମଭୂମିକୁ ଯିବା ଆରମ୍ଭ କରିଛନ୍ତି। ଭାରତ ସରକାର ଏହି ଲୋକମାନଙ୍କୁ ଦେଶ ଛାଡିବା ପାଇଁ ୪୮ ଘଣ୍ଟା ସମୟ ଦେଇଛନ୍ତି।

ଅଧିକ ପଢନ୍ତୁ

kc ads