ଭାରତରେ ଆଇଫୋନ୍ ଫ୍ୟାକ୍ଟ୍ରି ସ୍ଥାପନ ଉପରେ ଟ୍ରମ୍ପଙ୍କ ଆପତ୍ତି

ଭାରତ ଓ ଆମେରିକା ମଧ୍ୟରେ ଟାରିଫକୁ ନେଇ ବ୍ୟବସାୟ ବାର୍ତ୍ତା ଜାରି ରହିଛି । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଆପଲ ସିଇଓ ଟିମ୍ କୁକଙ୍କୁ ଭାରତରେ ଆପଲ ଫୋନ ନବନାଇବାକୁ ପରାମର୍ଶ ଦେଇଛନ୍ତି । ଟ୍ରମ୍ପ୍ କହିଛନ୍ତି ମୁଁ ଚାହୁଁନାହିଁ ଆପଣ ଭାରତରେ ଆପଲର କୌଣସି ସାମଗ୍ରୀ ନିର୍ମାଣ କରନ୍ତୁ, ଭାରତ ତା’ର ନିଜ କଥା ନିଜେ ବୁଝିବ । ବ୍ଲୁମବର୍ଗର ରିପୋର୍ଟ ଅନୁସାରେ କତରରେ ନିଜ ସରକାରୀ ଗସ୍ତରେ ଥିବା ଟ୍ରମ୍ପ ଆପଲ୍ ସିଇଓଙ୍କ ଆଲୋଚନା ବେଳେ ଏହି କଥା କହିଛନ୍ତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଟିମ୍ କୁକ୍ ସାରା ଭାରତରେ ପ୍ରଡକ୍ସନ୍ ପ୍ଲାଣ୍ଟ ସ୍ଥାପନ କରୁଛନ୍ତି । ଭାରତରେ ଏହିପରି ବିସ୍ତାର ହେଉ ବୋଲି ମୁଁ ଚାହୁଁ ନାହିଁ । ସେ ଆହୁରି କହିଛନ୍ତି ଯେ ମୋର ଆପତ୍ତି ପରେ ଆପଲ୍ ଏବେ ଆମେରିକାରେ ଆଇଫୋନ୍ ଉତ୍ପାଦନକୁ ବଢାଇବ ।କେବଳ ସେତିକି ନୁହେଁ ଆଉ ଏକ ବଡ଼ ଦାବି କରିଛନ୍ତି ଟ୍ରମ୍ପ୍ । ସେ କହିଛନ୍ତି କି, ଭାରତ ତରଫରୁ ଆମେରିକାର ଅନେକ ସାମଗ୍ରୀ ଉପରେ ଶୂନ୍ୟ ଟାରିଫ୍ ଲଗାଇବାକୁ ପରାମର୍ଶ ଦେଇଛି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି କି, ଭାରତ ତରଫରୁ ଆମେରିକାର ଅନେକ ସାମଗ୍ରୀ ଉପରେ ଟାରିଫ୍ କମ୍ କରିବାକୁ ପରାମର୍ଶ ଦିଆଯାଇଛି । କାରଣ ଭାରତ ଆମଦାନୀ ଶ୍ଳୁକ ଉପରେ ବୁଝାମଣା କରିବାକୁ ଚାହୁଥିବା କଥା ଟ୍ରମ୍ପ କହିଛନ୍ତି । ଏବେ ଟ୍ରମ୍ପ ଚାହୁଁଛନ୍ତି ଯେ ଆଇଫୋନ୍ ଫ୍ୟାକ୍ଟ୍ରି ଭାରତ ପରିବର୍ତ୍ତେ ଆମେରିକାରେ ସ୍ଥାପନ ହେଉ ।

ଅଧିକ ପଢନ୍ତୁ

kc ads