ଭାରତରେ ଆରମ୍ଭ ହେଲା ବିଶ୍ୱର ସର୍ବ ବୃହତ୍ତ ଭଣ୍ଡାରଣ ଯୋଜନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ‘ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ’ ପାଇଲଟ ପ୍ରକଳ୍ପର ଉଦଘାଟନ କରିଛନ୍ତି। ସୂଚନାଯୋଗ୍ୟ, ଏହା ୧୧ଟି ରାଜ୍ୟର ୧୧ ଟି ପ୍ରାଥମିକ କୃଷି କ୍ରେଡିଟ ସୋସାଇଟି (ପିଏସିଏସ) ରେ ପରିଚାଳିତ ହେଉଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ସମବାୟ କ୍ଷେତ୍ରର ଅନ୍ୟାନ୍ୟ ଯୋଜନାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବିକଶିତ ଭାରତର ଅମୃତ ଯାତ୍ରାରେ ଭାରତ ମଣ୍ଡପମ ଆଉ ଏକ ବଡ ଉପଲବ୍ଧିର ସାକ୍ଷୀ ପାଲଟିଥିବା କହିଛନ୍ତି।

ସମବାୟରୁ ସମୃଦ୍ଧି ପାଇଁ ଦେଶ ଯେଉଁ ସଂକଳ୍ପ ଗ୍ରହଣ କରିଛି ଏହାକୁ ସାକାର କରିବା ଦିଗରେ ଆଜି ଆମେ ଆଉ ଗୋଟିଏ ପାଦ ଆଗକୁ ବଢାଇଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଚାଷ ଓ ଚାଷୀର ନିଅଁକୁ ମଜଭୁତ କରିବା ପାଇଁ ସମବାୟର ବଡ଼ ଭୂମିକା ରହିଛି। ଖାସ ଏଥି ପାଇଁ ଆମେ ପୃଥକ ସମବାୟ ମନ୍ତ୍ରାଳୟ ସ୍ଥାପନା କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ଅଧିକ ପଢନ୍ତୁ