ଭାରତୀୟ ନୌସେନାରେ ସାମିଲ ହୋଇଛି ସ୍ବଦେଶରେ ନିର୍ମିତ ଶକ୍ତିଶାଳୀ ଥ୍ରୀଡି ସର୍ଭିଲାନ୍ସ ରାଡାର (ଏଏସଆର-ଲାଞ୍ଜା-ଏନ) । ଏହାକୁ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଲିମିଟେଡ୍ ପକ୍ଷରୁ ଏକ ସ୍ପାନିଶ କମ୍ପାନିର ପ୍ରଯୁକ୍ତି ହସ୍ତାନ୍ତର ମାଧ୍ୟମରେ ନିର୍ମାଣ କରାଯାଇଛି । ଏହି ରାଡାର ଏକ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଉପରେ ଲଗାଯାଇଛି। ଏହା ଭାରତର ପ୍ରତିରକ୍ଷା ଆତ୍ମନିର୍ଭରତା ଦିଗରେ ଏକ ବଡ଼ ପଦକ୍ଷେପ।
ଲାଞ୍ଜା –ଏନ୍ ରାଡାର କଣ ?ଲାଞ୍ଜା –ଏନ୍ ଇନ୍ଦ୍ରାର ଲାଞ୍ଜା ୩ଡି ରାଡାରର ନୌସୈନିକ ସଂସ୍କରଣ , ଯାହା ଦୁନିଆର ସବୁଠୁ ଆଡଭାନ୍ସ ଲଙ୍ଗ୍-ରେଞ୍ଜ ଏୟାର ଡିଫେନ୍ସ ଓ ଆଣ୍ଟି-ମିସାଇଲ ରାଡାର ମଧ୍ୟରୁ ଗୋଟିଏ। ଏହା ରାଡାରା ଆକାଶ ଓ ଭୂପୃଷ୍ଠ ଉଭୟ ଲକ୍ଷ୍ୟକୁ ୩ଡିରେ ଟ୍ରାକ୍ କରିଥାଏ। ଏହାର ରେଞ୍ଜ ୨୫୪ ନଟିକାଲ ମାଇଲ୍ସ ( ପାଖାପାଖି ୪୭୦ କି.ମି)। ଏହି ଡ୍ରୋନ୍, ସୁପରସୋନିକ ଫାଇଟ୍ର ଜେଟ୍ , ଆଣ୍ଟି –ରେଡିଏସନ ମିସାଇଲ ଓ ନୌସୈନିକ ପ୍ଲାଟଫର୍ମକୁ ଧରି ପାରେ। ଏହା ଖରାପ ପାଣିପାଗରେ ମଧ୍ୟ କାମ କରିଥାଏ ଏବଂ ଶତ୍ରୁର ଆକ୍ରମଣକୁ ରୋକିବାରେ ସକ୍ଷମ ଥାଏ। ଏହି ଭାରତୀୟ ନୌସେନା ଯୁଦ୍ଧଜାହାଜର ସମସ୍ତ ସିଷ୍ଟମ ସହିତ ରାଡାରକୁ ନିର୍ବିଘ୍ନରେ ସଂଯୁକ୍ତ କରାଯାଇଛି। ଏହାର ଅନ୍ତର୍ଭୁକ୍ତ ହେବା ପୂର୍ବରୁ ରାଡାରର ବ୍ୟାପକ ସାମୁଦ୍ରିକ ପରୀକ୍ଷଣ କରାଯାଇଛି, ଯେଉଁଠାରେ ଏହାର କ୍ଷମତା ପାଇଁ ବିଭିନ୍ନ ରାଡାର କ୍ରସ-ସେକ୍ସନରେ ଏହାର କାର୍ଯ୍ୟଦକ୍ଷତା ପରୀକ୍ଷା କରିବା ପାଇଁ ନୌସେନା ଏବଂ ବାୟୁ ପ୍ଲାଟଫର୍ମଗୁଡ଼ିକୁ ନିୟୋଜିତ କରାଯାଇଥିଲା।