ମାଟି ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅ। ଭାରତୀୟ ପାଣିପାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସାର୍ ଗିଲବର୍ ୱାକର୍ ଗୋଲ୍ଡ ସମ୍ମାନ।ପାଣିପାଗ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ପାଇଁ ତାଙ୍କୁ ଇଣ୍ଡିଆନ୍ ମେଟ୍ରୋଲୋଜିକାଲ ସୋସାଇଟି ଆଇଏମଏସ ତରଫରୁ ଏହି ପୁରସ୍କାର ଦିଆଯାଇଛି ।ପାଣିପାଗ ଉପରେ ଗବେଷଣା ଏବଂ ସୂଚନା ଏହା ସହିତ ବାତ୍ୟା ଓ ମୌସୁମୀ ଜନିତ ଲଘୁଚାପ ନେଇ ସଠିକ୍ ଆକଳନ ପାଇଁ କ୍ଷେତ୍ରରେ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ୨୦୦୭ ମସିହାରେ ଭାରତୀୟ ପାଣିପାଗ ବିଭାଗରେ ୱାର୍ନିଙ୍ଗ ସିଷ୍ଟମକୁ ସମ୍ପୂର୍ଣ ଅତ୍ୟାଧୁନିକରଣ କରିବା ପାଇଁ ତାଙ୍କ ରିପୋର୍ଟକୁ ସେତେବେଳେ ଗ୍ରହଣ କରିଥିଲେ କେନ୍ଦ୍ର ସରକାର। ଭାରତ ସହିତ ଆମର ୧୩ଟି ପଡ଼ୋଶୀ ରାଷ୍ଟ୍ରକୁ ସଠିକ ଅକାଳନ ଏବଂ ତଥ୍ୟ ଦେବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ଭାରତର ସଇକ୍ଲୋନ ମ୍ୟାନ ଭାବେ ପରିଚୟ ହାସଲ କରିଥିବା ମୃତ୍ୟୁଞ୍ଜୟକୁ ନେଇ ଆଜି ଗର୍ବିତ ଓଡ଼ିଶା। ୧୯୬୫ ମସିହା ଅଗଷ୍ଟ ୧୨ ତାରିଖରେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମିତ ଡ. ମୃତ୍ୟୁଞ୍ଜୟ ମହାପାତ୍ର ରାଜ୍ୟର ନାମକୁ ଗୌରବାନ୍ବିତ କରିଛନ୍ତି ।
