ଭାରତୀୟ ଯୁବ ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ ରାଜ୍ୟ ବିଜେପି

ରାଜ୍ୟ ବିଜେପିରେ ବିଭିନ୍ନ ମୋର୍ଚ୍ଚାର ନବକଳେବର । ମନମୋହନ ଗଢ଼ିଲେ ନୂଆ ଯୁବ ଟିମ୍ । କେବଳ ଯୁବ ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା ସଭାପତି ରିପିଟ୍ । ବାକି ସବୁ ପରିବର୍ତ୍ତନ ହୋଇଛି । । ଅଭିଳାଷ ପଣ୍ଡା ହେଉଛନ୍ତି ଭାରତୀୟ ଯୁବ ମୋର୍ଚ୍ଚା ସଭାପତି । ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ ହେଲେ ମହିଳା ମୋର୍ଚ୍ଚା ସଭାପତି । ଶୁଭାଂଶୁ ମୋହନ ପାଢୀ ହେଲେ କୃଷକ ମୋର୍ଚ୍ଚା ସଭାପତି । ସେହିପରି କାନ୍ଦେରା ସୋରେନ ହେଉଛନ୍ତି ଆଦିବାସୀ ମୋର୍ଚ୍ଚା ସଭାପତି । ବାଇଧର ମଲ୍ଲିକ ହେଉଛନ୍ତି ଏସସି ମୋର୍ଚ୍ଚା ସଭାପତି । ଗୁରିନ୍ଦର ସିଂ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଭାବେ ଗୁରୁଦାୟିତ୍ବ ମିଳିଛି । ବିଜେପି ସେଲ ଇନ୍ ଚାର୍ଜ ଭାବେ ରଞ୍ଜନ କୁମାର ପଟେଲ, ରାଜ୍ୟସଭା ସଂସଦ ସୁଜିତ୍ କୁମାର ଓ ସୁଦିପ୍ତ କୁମାକ ରାୟଙ୍କୁ ଦାୟିତ୍ବ ମିଳିଛି।

ଅଧିକ ପଢନ୍ତୁ