ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ବଡ଼ ପଦକ୍ଷେପ ନେଇଛି ଭାରତୀୟ ରେଳ । ଭାରତୀୟ ରେଲୱେ ଏବେ ଏୟାରଲାଇନ୍ସ କମ୍ପାନୀ ଭଳି ଲଗେଜ ନିୟମ ଲାଗୁ କରିବାକୁ ଯାଉଛି । ଏହି ନିୟମ ଅନୁସାରେ, ଟ୍ରେନରେ ମନଇଚ୍ଛା ଲଗେଜ ନେଇପାରିବେନି ଯାତ୍ରୀ । କଡ଼ା ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହୋଇଛି ଭାରତୀୟ ରେଳୱେ । ବ୍ୟାଗର ଓଜନ ଅଧିକ ହେଲେ ମଧ୍ୟ ଦେବାକୁ ପଡିବ ଜୋରିମାନା ।ପ୍ରସ୍ତାବିତ ନିୟମ ଅନୁସାରେ, ଇଲେକଟ୍ରୋନିକ ମେସିନ୍ରେ ରେଳଯାତ୍ରୀ ସେମାନଙ୍କ ଲଗେଜ୍ର ଓଜନ କରାଇବେ । ଏଥିରେ ଲଗେଜ ଲାଗି ଧାର୍ଯ୍ୟ ଓଜନ ନିୟମକୁ କଡ଼ାକଡ଼ି ଭାବେ ଦେଖାଯିବ । ଦେଶର ପ୍ରମୁଖ ରେଳ ଷ୍ଟେସନରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି ବୋଲି ଟାଇମ୍ସ ଅଫ୍ ଏକ ରିପୋର୍ଟ ପ୍ରକାଶ କରିଛି । ବର୍ତ୍ତମାନ ନୂଆ ନିୟମକୁ ନର୍ଥ ସେଣ୍ଟ୍ରାଲ ରେଳ ଜୋନ୍ ଯଥା ପ୍ରୟାଗରାଜ ଜଙ୍କସନ, କାନପୁର ସେଣ୍ଟ୍ରାଲ, ମିର୍ଜାପୁର, ତୁଣ୍ଡଲା, ଆଲିଗଡ ଜଙ୍କସନ ଭଳି ସ୍ଥାନରେ ଲାଗୁ କରାଯିବ । ଏସି ଫାଷ୍ଟ୍କ୍ଲାସ୍ ଯାତ୍ରୀ ମାନେ ନିଜ ସାଙ୍ଗରେ ୭୦ କିଲୋର ଲଗେଜ୍ ନେଇପାରିବେ । ଏସି ୨ ଟାୟାର ପାଇଁ ଏହି ସୀମା ୫୦ କିଲୋ ରହିବ । ଏସି ୩ ଟାୟାର ଏବଂ ସ୍ଲିପର କ୍ଲାସ ଯାତ୍ରୀଙ୍କ ପାଇଁ ୪୦ କିଲୋ ଲଗେଜ୍ ସୀମା ଧାର୍ଯ୍ୟ ହୋଇଛି । ଜେନେରାଲ କ୍ଲାସ ପାସେଞ୍ଜର୍ଙ୍କ ଲାଗି ଏହି ସୀମା ୩୫ କିଲୋ । ବଡ଼ ଏବଂ ଅଧିକ ସ୍ଥାନ ନେଉଥିବା ବ୍ୟାଗ୍ ଯେ କୌଣସି ଓଜନର ହେଉଥିଲେ ଜରିମାନା ଦେବାକୁ ପଡ଼ିବ ।
