ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲଗାଇଲେ ଟ୍ରମ୍ପ,ମୋଟ ଆମେରିକା ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍‌(ଶୁଳ୍କ) ଘୋଷଣା କରିଛନ୍ତି। କିଛି ଦିନ ପୂର୍ବରୁ ଟ୍ରମ୍ପ ରୁଷିଆରୁ ତେଲ କିଣିବା ପାଇଁ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ। ଏବେ ଭାରତ ଉପରେ ମୋଟ ଆମେରିକା ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ୨୪ ଘଣ୍ଟା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଥିଲେ। ଏହି ଶୁଳ୍କ ଚଳିତ ମାସ ୨୭ ଅଗଷ୍ଟରୁ କାର୍ଯ୍ୟକାରୀ ହେବ।ବୁଧବାର ଟ୍ରମ୍ପ ସାଇନ କରିଥିବା ନିର୍ଦ୍ଦେଶନାମାରେ ୯ଟି ପ୍ରସଙ୍ଗ ରହିଛି। ଯେଉଁଥିରେ ଟ୍ୟାକ୍ସ ଲଗାଇବାର ପୃଷ୍ଠଭୂମି, ଶୁଳ୍କ, ଶୁଳ୍କର ପରିସର ଏବଂ ଷ୍ଟାକିଂ ଭଳି ବିଭିନ୍ନ ଦିଗର ବିବରଣୀ ଉଲ୍ଲେଖ କରାଯାଇଛି।

ଶୁଳ୍କ ଲାଗୁ କରିବାର କାରଣ ଦର୍ଶାଇ ଟ୍ରମ୍ପ ଆମେରିକାରେ ଏସମ୍ପର୍କିତ ଥିବା ନିୟମ ବିଷୟରେ ଉଲ୍ଲେଖ କରିଥିଲେ। ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ କରିବା ଏବଂ ଆମେରିକାର ବୈଦେଶିକ ନୀତିକୁ ପ୍ରଭାବିତ କରିବା ପାଇଁ ଶକ୍ତି ଏବଂ ତୈଳ ସମେତ ରୁଷ ସାମଗ୍ରୀର ଆମଦାନୀକୁ ସୀମିତ କରିବା ପାଇଁ ଆମେରିକାରେ ବିଭିନ୍ନ ଆଇନ କାର୍ଯ୍ୟକାରୀ ହେଉଛି ବୋଲି ଟ୍ରମ୍ପ କହିଥିଲେ।

ଅଧିକ ପଢନ୍ତୁ

Odisha Darpan Digital