ଭାରତ ଗସ୍ତରେ ବଡ଼ ଘୋଷଣା କରିପାରନ୍ତି ରୁଷିଆ ରାଷ୍ଟ୍ରପତି

ଆଜି ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି। ଦୁଇ ଦିନିଆ ଗସ୍ତରେ ଆସି ଅପରାହ୍ନ ସାଢ଼େ ୪ଟାରେ ଦିଲ୍ଲୀରେ ପହଞ୍ଚିବେ ଭ୍ଲାଦିମିର ପୁଟିନ । ଦିଲ୍ଲୀରେ ଆୟୋଜିତ ୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ସେ ଯୋଗ ଦେବା ସହ ଦ୍ବିପାକ୍ଷିକ ଆଲୋଚନା କରିବେ । ଉଭୟ ଦେଶ ମଧ୍ୟରେ ବଡ଼ ପ୍ରତିରକ୍ଷା ଚୁକ୍ତି ସମ୍ଭାବନା ମଧ୍ୟ ରହିଛି । ତାଙ୍କ ଆଗମନର କିଛି ଘଣ୍ଟା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପାଇଁ ଏକ ବ୍ୟକ୍ତିଗତ ରାତ୍ରୀଭୋଜନର ଆୟୋଜନ କରିବେ।

ପୁଟିନ୍‌ ଗତବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଗସ୍ତରେ ଯାଇଥିବା ସମୟରେ ତାଙ୍କୁ ସମାନ ବ୍ୟକ୍ତିଗତ ଆତିଥ୍ୟ ପ୍ରଦାନ କରିଥିଲେ। ଏହି ଗସ୍ତ ଏପରି ଏକ ସମୟରେ ହୋଇଛି ଯେତେବେଳେ ଭାରତ-ଆମେରିକା ସମ୍ପର୍କ ଦୁଇ ଦଶନ୍ଧି ମଧ୍ୟରେ ସବୁଠାରୁ ନିମ୍ନ ସ୍ତରରେ ପହଞ୍ଚିଛି। ଆମେରିକା ଭାରତୀୟ ରପ୍ତାନି ଉପରେ ୫୦% ଟାରିଫ୍‌ ବୃଦ୍ଧି କରିଛି, ଯେଉଁଥିରେ ରୁଷିଆରୁ ତେଲ କ୍ରୟ ପାଇଁ ଅତିରିକ୍ତ ୨୫% ଟାରିଫ୍‌ ଅନ୍ତର୍ଭୁକ୍ତ।

ଭାରତ-ରୁଷ ଆଲୋଚନା ଉପରେ ବିଶ୍ବର ନଜର

-ଟାରିଫକୁ ନେଇ ଉଭୟ ଭାରତ ଓ ରୁଷ ଆମେରିକାକୁ ବିରୋଧ କରୁଛନ୍ତି
-ଭାରତ ଓ ରୁଷ ଏକାଠି ମିଶି କିଛି ବଡ଼ ରଣନୀତି ପ୍ରସ୍ତୁତ ସମ୍ଭାବନା
-ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଦିଗରେ ବଡ଼ ପଦକ୍ଷେପ ସମ୍ଭାବନା
-କ୍ରେମଲିନକୁ ନୂଆଦିଲ୍ଲୀ ପୁଣି ଶାନ୍ତି ପ୍ରସ୍ତାବ ଦେଇପାରେ
-ଉଭୟ ଦେଶ ମଧ୍ୟର ବଡ଼ ପ୍ରତିରକ୍ଷା ଚୁକ୍ତି ଉପରେ ମୋହର ବାଜିପାରେ
-ଅପରାହ୍ଣ ୪ଟାରେ ଭାରତମଣ୍ଡପମ୍‌ରେ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା

ଅଧିକ ପଢନ୍ତୁ