ଭାରତ-ପାକିସ୍ତାନ ବିବାଦ ମଧ୍ୟରେ ଏଣ୍ଟ୍ରି କଲା ଆମେରିକା

ଏପ୍ରିଲ, ଜମ୍ମୁ-କାଶ୍ମୀରର ପହଲଗାମର ଆଟାକ୍ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଖାସ୍ କରି ଭାରତ-ପାକିସ୍ତାନ ବିବାଦକୁ ନେଇ ଜାତିସଂଘର ଚିନ୍ତା । ପହଲଗାମ ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ବିବାଦରେ ହସ୍ତକ୍ଷେପ କରିଛି ୟୁଏନ୍ ।ଜାତିସଂଘର ମହାସଚିବ ଏଣ୍ଟୋନିଓ ଗୁଟେରେସ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ସହ ପୃଥକ ଭାବରେ କଥା ହୋଇଥିଲେ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡା ଭାଷାରେ ଦୃଢ଼ ନିନ୍ଦା କରିଛନ୍ତି । ଜାତିସଂଘ ମୁଖ୍ୟ କହିଛନ୍ତି ଯେ, ଦକ୍ଷିଣ ଏସୀୟ ଅଞ୍ଚଳ ଏବଂ ବିଶ୍ୱ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ସହ୍ୟ କରିପାରିବ ନାହିଁ । ଏହି ସଂଘର୍ଷ ଉଭୟ ଦେଶ ଏବଂ ବିଶ୍ୱ ପାଇଁ ବିପର୍ଯ୍ୟୟକାରୀ ହେବ । ଦୁଃଖଦ ପରିଣାମ ଆଣିବାକୁଥିବା ଏହି ମୁକାବିଲାକୁ ଏଡାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟପକ୍ଷେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆମେରିକା ପ୍ରବେଶ କରିଛି। ଆମେରିକା ଭାରତ ଏବଂ ପାକିସ୍ତାନ ଉଭୟଙ୍କ ସହ କଥା ହୋଇଛି ଏବଂ କହିଛି ଯେ, ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବା ଉଚିତ। ଏହା ଉପରେ ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ଟାମି ବ୍ରୁସ ପ୍ରତିକ୍ରିୟା ଦେଇଛନ୍ତି।

ଆମେରିକା ପାକିସ୍ତାନ ଏବଂ ଭାରତ ଉଭୟଙ୍କ ସହିତ ଯୋଗାଯୋଗରେ ଅଛି। ଏ ସମ୍ପର୍କରେ ଟାମି ବ୍ରୁସ କହିଛନ୍ତି,ଆମେରିକା ଉଭୟ ଦେଶ ସହିତ ଯୋଗାଯୋଗରେ ଅଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମଧ୍ୟ ମୋତେ ଏ ବିଷୟରେ ଏକ ନୋଟ ଦେଇଛନ୍ତି। ସେଥିପାଇଁ ଆମେ କଶ୍ମୀର ପରିସ୍ଥିତି ସମ୍ପର୍କରେ ଭାରତ ଏବଂ ପାକିସ୍ତାନ ସହିତ ଯୋଗାଯୋଗ କରୁଛୁ।

ଅଧିକ ପଢନ୍ତୁ

Odisha Darpan Digital