ଭାରତ ବିଶ୍ବର ତୃତୀୟ ପ୍ରଦୂଷିତ ରାଷ୍ଟ୍ର ଆଉ ଦିଲ୍ଲୀ…

ବାଂଲାଦେଶ ଏବଂ ପାକିସ୍ତାନ ପରେ ଭାରତ ବିଶ୍ୱର ତୃତୀୟ ସବୁଠୁ ପ୍ରଦୂଷିତ ଦେଶ। ସୁଇସ୍‌ ବାୟୁ ମାନ ପର୍ଯ୍ୟବେକ୍ଷଣ ସଂସ୍ଥା ଆଇକ୍ୟୁଏୟାର ପକ୍ଷରୁ ପ୍ରକାଶିତ ‘ଓ୍ବାଲର୍‌ଡ ଏୟାର କ୍ୱାଲିଲିଟ ରିପୋର୍ଟ ୨୦୨୩’ରେ ଏହା କୁହାଯାଇଛି। ଭାରତର ବାର୍ଷିକ ପାର୍ଟିକ୍ୟୁଲେଟ୍ ମ୍ୟାଟର (ପିଏମ୍) ୨.୫ ହାରାହାରି କ୍ୟୁବିକ୍ ମିଟର ପ୍ରତି ମାଇକ୍ରୋଗ୍ରାମ ୫୪.୪ ରହିଥିବାବେଳେ ପାକିସ୍ତାନର ୭୩.୭ କ୍ୟୁବିକ୍ ମିଟର ପ୍ରତି ମାଇକ୍ରୋଗ୍ରାମ ଏବଂ ବାଂଲାଦେଶର ୭୯.୯ କ୍ୟୁବିକ୍ ମିଟର ପ୍ରତି ମାଇକ୍ରୋଗ୍ରାମ ରହିଛି। ପିଏମ୍ ୨.୫ କଣିକାର ସାନ୍ଦ୍ରତା ବାଂଲାଦେଶରେ ୭୪ ମାଇକ୍ରୋଗ୍ରାମ ରହିଥିବା ବେଳେ ପାକିସ୍ତାନରେ ଏହା ପ୍ରତି ଘନମିଟରରେ ୭୩.୭ ମାଇକ୍ରୋଗ୍ରାମ ରହିଛି।

୧୩୪ଟି ଦେଶ ମଧ୍ୟରୁ ଏହି ଦୁଇଟି ଦେଶ ଭାରତକୁ ପଛରେ ପକାଇ ଯଥାକ୍ରମେ ବିଶ୍ୱର ସବୁଠାରୁ ପ୍ରଦୂଷିତ ଏବଂ ଦ୍ବିତୀୟ ସର୍ବାଧିକ ପ୍ରଦୂଷିତ ଦେଶରେ ପରିଣତ ହୋଇଛି। ଗତ ବର୍ଷ ଭାରତ ସବୁଠୁ ତଳୁ ଅଷ୍ଟମ ସ୍ଥାନରେ ଥିଲା। ୨୦୨୨ରେ ଭାରତରେ ହାରାହାରି ପିଏମ୍ ୨.୫ ସାନ୍ଦ୍ରତା ୫୩.୩ ମାଇକ୍ରୋଗ୍ରାମ ପ୍ରତି ଘନମିଟର ଥିଲା। ରିପୋର୍ଟରେ ଦର୍ଶାଯାଇଛି ଭାରତର ଜାତୀୟ ରାଜଧାନୀ ଦିଲ୍ଲୀ ବିଶ୍ବର ସବୁଠାରୁ ପ୍ରଦୂଷିତ ରାଜଧାନୀ। ଏପରିକି ବିଶ୍ବର ସବୁଠାରୁ ୫୦ଟି ପ୍ରଦୂଷିତ ସହର ମଧ୍ୟରୁ ୪୨ଟି ସହର ଭାରତରେ ରହିଛି। ନୂଆଦିଲ୍ଲୀର ପିଏମ୍ ୨.୫ ହାରାହାରି ୯୨.୭ ଥିଲା। ଏହା ପଛକୁ ବେଗୁସରାଇ ୯୦.୩ ରହିଥିଲା।

ଅଧିକ ପଢନ୍ତୁ