ଭାରତ ସମ୍ବିଧାନର ଜନକ ଆମ୍ବେଦକର ଜୟନ୍ତୀ

ଆଜି ବି ଆର୍ ଆମ୍ବେଦକର ଙ୍କ ୧୩୪ତମ ଜୟନ୍ତୀ । ୧୯୩୦ ମହିସାରେ ଯେତେବେଳେ ଦେଶ ସ୍ବାଧିନତା ପାଇଁ ଲଢେଇ କରୁଥିଲା, ସେତେବେଳେ ଜଣେ ବ୍ୟକ୍ତି ଦଳିତ ଓ ପଛୁଆ ବର୍ଗର ସ୍ବାର୍ଥ ପାଇଁ ସଂଘର୍ଷରତ ଥିଲେ । ସେ ହେଉଛନ୍ତି ଭାରତରତ୍ନ ବାବା ସାହେବ ଭୀମରାଓ ଆମ୍ବେଦକର ।ମଧ୍ୟପ୍ରଦେଶର ମହୁଠାରେ ଶ୍ରୀ ଭୀମରାଓ ରାମଜୀ ଆମ୍ବେଦକର ଏକ ଦରିଦ୍ର ଦଳିତ ପରିବାରରେ ୧୪ ଏପ୍ରିଲ ୧୮୯୧ ମସିହାରେ ଜନ୍ମ ହୋଇଥିଲେ। ବାପା ମାଲୋଜୀ ମକପାଲ ସୈନ୍ୟବାହିନୀ ଅଫିସର ଥିଲେ ଏବଂ ମା’ ଭୀମାବାଇ ପରିବାର ଚଳାଇବାର ଦାୟିତ୍ବ ନେଇଥିଲେ। ବାବା ସାହେବଙ୍କ ନାମରେ ପ୍ରସିଦ୍ଧ ଆମ୍ବେଦକର ନିଜ ପୁରା ଜୀବନ ସାମାଜିକ ଛୁଆଁଅଛୁଆଁ ଏବଂ ଜାତିବାଦ ବିପକ୍ଷରେ ସଂଘର୍ଷ କରିଥିଲେ । ଏହି ସମୟରେ ସେ ଗରିବ,ଦଳିତ ଏବଂ ଶୋଷିତ ଅଧିକାର ପାଇଁ ସଂଘର୍ଷ କରୁଥିଲେ । ବାବା ସାହେବ ଆମ୍ବେଦକରଙ୍କ ପରିବାର ମହାର ଜାତି (ଦଳିତ) ଥିଲା । ଯାହାଙ୍କୁ ସେହି ସମୟରେ ଅଛୁଆଁ ଜାତି ବୋଲି ମନାଯାଉଥିଲା । ତାଙ୍କ ପୂର୍ବପୁରୁଷ ଇଂରେଜ ସରକାରଙ୍କ ସମୟରେ ଇଷ୍ଟ ଇଣ୍ଡିଆ କମ୍ପାନୀରେ ସେନାରେ କାର୍ଯ୍ୟରତ ଥିଲେ । ତାଙ୍କ ପିତା ବ୍ରିଟିସ୍ ସେନାରେ ମହୁ ଛାୱନୀରେ ସୁବେଦାର ଥିଲେ । ପିଲାବେଳୁ ହିଁ ଆମ୍ବେଦକର ଅର୍ଥ ଏବଂ ସାମାଜିକ ଭେଦଭାବ ବହୁ କଠିନ ପରିସ୍ଥିତିର ସାମ୍ନା କରିଥିଲେ । ସ୍କୁଲରେ ମଧ୍ୟ ତାଙ୍କୁ ଅନେକ ଅସୁବିଧା ଦେଖିବାକୁ ପଡିଥିଲା । ଆମ୍ବେଦକରଙ୍କ ଅସଲ ନାମ ଅମ୍ବାବାଡେକର ଥିଲା । ତାଙ୍କ ପିତା ମଧ୍ୟ ଏହି ନାମରେ ନାଁ ଲେଖାଇଥିଲେ । କିନ୍ତୁ ଜଣେ ଶିକ୍ଷକ ତାଙ୍କ ସାଜ୍ଞାକୁ ବଦଳାଇ ନିଜ ସାଜ୍ଞା ଲଗାଇଦେଇଥିଲେ ।

ଆମ୍ବେଦକର ୧୫ ଅଗଷ୍ଟ ୧୯୪୭ରୁ ୧୧ ଅକ୍ଟୋବର ୧୯୫୧ ମୃତ୍ୟୁ ପର୍ଯ୍ୟନ୍ତ ସ୍ବାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ ଥିଲେ। ୬ ଡିସେମ୍ବର ୧୯୫୬ ରାତିରେ ସେ ପ୍ରାଣ ହରାଇଲେ। ପରଦିନ ତାଙ୍କୁ ସ୍ବର୍ଗଧାମକୁ ବିଦାୟ ଦେବା ପାଇଁ ୬ ଲକ୍ଷରୁ ଅଧିକ ଲୋକ ବମ୍ବେର ଜାଜା ନିକଟସ୍ଥ ଚୈତ୍ୟ ଭୂମିରେ ଉପସ୍ଥିତ ଥିଲେ। ଚୈତ୍ୟ ଭୂମିରେ ଅନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଗୁଲଜାରୀ ନନ୍ଦା (ନାରାୟଣ ଘାଟ), କେ ଆର୍‌ ନାରାୟଣ (ଉଦୟ ଭୂମି), ପି.ଭି. ନରସିଂହ ରାଓ (ପି.ଭି. ଘାଟ, ବୁଦ୍ଧ ପୂର୍ଣ୍ଣିମା ପାର୍କ) ଓ ଡ. ଆମ୍ବେଦକର (ଚୈତନ୍ୟ ଭୂମି, ଜାଜାର)। ଡକ୍ଟର ଆମ୍ବେଦକରଙ୍କର ଚେହେରା, ଶିକ୍ଷା, ନେତୃତ୍ବ, ତ୍ୟାଗ, ଜ୍ଞାନ ଓ ବକ୍ତୃତା ‌ଦେବାର ପ୍ରଣାଳୀ ସମସ୍ତଙ୍କୁ ମୁଗ୍ଧ କରୁଥିଲା। ସେ ଲୋକସଭା ଭୋଟରେ ହାରିଥିଲେ ମଧ୍ୟ ତାଙ୍କ ନିଜର ବିପକ୍ଷ ଦଳ ଓ ବ୍ୟକ୍ତି ଆମ୍ବେଦକରଙ୍କୁ ରାଜ୍ୟସଭାକୁ ନେଇ ଦେଶର ପ୍ରଥମ ଆଇନମନ୍ତ୍ରୀ କରିଥିଲେ। ତାଙ୍କୁ ୩୧ ମାର୍ଚ୍ଚ ୧୯୯୦ ଦିନ ମରଣୋତ୍ତର ଭାରତରତ୍ନ ଉପାଧି ଦିଆଗଲା।

ଅଧିକ ପଢନ୍ତୁ

kc ads