ଭାରତ-ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ । ଉଭୟ ପକ୍ଷ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି । କାଲି ଐତିହାସିକ ଚୁକ୍ତି ହୋଇଥିବା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି ।ମଦର୍ ଅଫ୍ ଅଲ୍ ଡିଲ୍କୁ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ଭାରତ ଓ ୟୁରୋପ ଲୋକଙ୍କ ପାଇଁ ଏହା ବଡ଼ ସୁଯୋଗ ଆଣିବ ।ଏହି ଚୁକ୍ତି ବିଶ୍ବ ଜିଡିପିର ୨୫ ପ୍ରତିଶତ ଓ ବିଶ୍ବ ବାଣିଜ୍ୟର ଏକ ତୃତୀୟାଂଶ । ଏହି ଡିଲ୍ ଦ୍ବାରା ଉତ୍ପାଦନ କ୍ଷେତ୍ରରେ ଆହୁରି ବୃଦ୍ଧି ଘଟିବ । ସର୍ଭିସ୍ ସେକ୍ଟରର ବି ଆହୁରି ବିସ୍ତାର ହେବ ବୋଲି ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଭାରତ ଶକ୍ତି କ୍ଷେତ୍ରରେ ଏକ ପ୍ରମୁଖ ଅର୍ଥନୀତି ପାଲଟିଛି। ଭାରତ ନବୀକରଣୀୟ ଶକ୍ତି, ତୈଳ ଏବଂ ଗ୍ୟାସ ଭଳି କ୍ଷେତ୍ରରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି ଏବଂ ବିଶ୍ୱର ଅନେକ ଦେଶ ସହିତ ଘନିଷ୍ଠ ଭାବରେ କାମ କରୁଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଆଜିର ଭାରତରେ ପ୍ରତ୍ୟେକ କ୍ଷେତ୍ରରେ ସଂସ୍କାର ଘଟୁଛି। ଏହି ସଂସ୍କାରଗୁଡ଼ିକ ଦେଶରେ ନିବେଶ ପରିବେଶକୁ ଉନ୍ନତ କରିଛି ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ତେବେ ଭାରତ ସରକାର ୧୫ ହଜାର ୟୁରୋ ଅର୍ଥାତ ପ୍ରାୟ ୧୬.୩ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କାର୍ ଉପରେ ତୁରନ୍ତ ଟିକସ୍ ହ୍ରାସ କରିବେ । ଏହି ଚୁକ୍ତି ହେଲେ ଏବେ କୋଟିଏ ଟଙ୍କା ଦାମ୍ ଥିବା କାର୍ ୨୫ରୁ ୩୦ ଲକ୍ଷ ପର୍ଯ୍ୟନ୍ତ କମ୍ ହୋଇପାରେ। ତେବେ ଭାରତ ବଜାରରେ ସ୍ବଦେଶୀ ଗାଡ଼ିର ଚାହିଦା ଯେପରି ପ୍ରଭାବିତ ନହେବ ସେଥିପାଇଁ ସ୍ବତନ୍ତ୍ର ନଜର ରଖାଯାଇଛି ।
