ଭାଷଣ ଦେଉଥିବା ସମୟରେ ଟଳି ପଡିଲେ ଛାତ୍ରୀ

ମୃତ୍ୟୁ କେତେବେଳେ ଓ କାହାକୁ ଆସିବ ତାହା କାହାକୁ ଜଣାନାହିଁ । କୁହାଯାଏ ମୃତ୍ୟୁର ନିଦ୍ଧିଷ୍ଟ ବୟସ ନାହିଁ । କିଏ ଚାଲୁଥିବା ସମୟରେ ତ ଆଉ କିଏ ନାଚୁଥିବା ସମୟରେ ତ ଆଉ କିଏ କହୁଥିବା ସମୟରେ ମୃତ୍ୟୁର ଶିକାର ହୋଇଛନ୍ତି । ମହାରାଷ୍ଟ୍ରର ଧାରାଶିବ୍‌ରୁ ଏକ ହୃଦୟବିଦାରକ ଭିଡିଓ ସାମ୍ନାକୁ ଆସିଛି। ଏଠାରେ ଛାତ୍ରୀ ଜଣକ ବିଦାୟ ସମାରୋହରେ ମଞ୍ଚ ଉପରେ ଖୁବ୍‌ ହସିହସି ଭାଷଣ ଦେଉଥିଲେ। ହଠାତ୍‌ ଟଳିପଡ଼ିଲେ। ସିନ୍ଦେ କଲେଜ, ପରନ୍ଦାର ଜଣେ ଛାତ୍ରୀ ମଞ୍ଚ ଉପରେ ଭାଷଣ ଦେଉଥିବା ସମୟରେ ଟଲିପଡ଼ିଥିଲେ। ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି।। କିନ୍ତୁ ହଠାତ କେହି କିଛି ବୁଝି ପାରିନଥିଲେ । ଏହାପରେ ବର୍ଷାଙ୍କ ପାଖକୁ ଆସିଥିଲେ କିଛି ଲୋକ । ତାଙ୍କୁ ଉଠେଇବା ପାଇଁ ବହୁତ ଚେଷ୍ଟା କରିଥିଲେ । ଏହାପରେ ବର୍ଷାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅଧିକ ପଢନ୍ତୁ

Odisha Darpan Digital