ଭିଜିଲାନ୍ସ ଜାଲରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର

କଟକ,(ଓଡିଶା ଦର୍ପଣ): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ଏକକାଳୀନ ୧୧ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ଅତିରିକ୍ତ ଏସପିଙ୍କ ଘରୁ ଦାମୀ ବିଏମଡବ୍ୟୁ କାର ସହ ବାଇକ ମଧ୍ୟ ଜବତ ହୋଇଛି । ପୋଲିସ ବାବୁ ଜଣକ ୧.୧୧ କୋଟି ଟଙ୍କାର ବିଏମଡବ୍ଲ୍ୟୁ କାର ଚଢୁଥିଲେ । ବିଏମଡବ୍ୟୁ କାର ସହିତ ଆହୁରୀ ୩ଟି ଦାମୀ କାର ମଧ୍ୟ କିଣିଥିଲେ । ଦାମୀ ବାଇକ ମଧ୍ୟ ରଖିଥିଲେ ପୋଲିସ ବାବୁ ଜଣକ। ଯାହାର ମୂଲ୍ୟ ୨୨ ଲକ୍ଷ ଟଙ୍କା ହେବ। ଏହାସହିତ ଆହୁରୀ ୨ଟି ବାଇକ ମଧ୍ୟ ଜବତ କରାଯାଇଛି। ସେହିପରି ଭୁବନେଶ୍ୱର, ନବରଙ୍ଗପୁର, ଯାଜପୁର, ଜଗତସିଂହପୁରରେ ଥିବା ଘର ଓ ଅଫିସରେ ଭିଜିଲାନ୍ସ ରେଡ୍ କରିଛି । ଯାଜପୁରରେ ହସ୍ପିଟାଲ ଏବଂ ମେଡିକାଲ ରହିଛି । ଶାନ୍ତିଲତା କେୟାର ଓ ଶାନ୍ତି ଡ୍ରଗ ହାଉସ ମଧ୍ୟ ରହିଛି । ଏହି ବ୍ୟବସାୟକୁ ତାଙ୍କର ଦୁଇ ପୁଅ ପରିଚାଳନା କରୁଥିଲେ । ଏହାସହିତ ରସୁଲଗଡରେ ମନୋରମା ଇଷ୍ଟେଟରେ ଏକ ଫ୍ଲାଟ ରହିଛି । ବଡଚଣାରେ ଗୋଟିଏ ଫାର୍ମ ହାଉସ ରହିଛି । ଭିଜିଲାନ୍ସର ଚଢାଉ ବେଳେ ନଗଦ ୩ଲକ୍ଷ ୫୦ହଜାର ଟଙ୍କା ଜବତ କରାଯାଇଛି । ନବରଙ୍ଗପୁରରେ ପୈତୃକ ଘର, ଯାଜପୁର ଖଇରାରେ ଶ୍ୱଶୂର ଘରେ ମଧ୍ୟ ଭିଜିଲାନ୍ସ ରେଡ୍ କରିଛି । ଏହାସହିତ ଚଣ୍ଡିଖୋଲ ଓ ଧାନମଣ୍ଡଳରେ ଥିବା ୨ଟି ଶାନ୍ତିଲତା ଟ୍ରାନ୍ସପୋର୍ଟ, ଜଗତସିଂହପୁର ବିରିଡି ଦଳେଇ ଘାଇରେ ଥିବା ତ୍ରିନାଥଙ୍କ ଡ୍ରାଇଭର ରାଜୀବ ମହାନ୍ତିଙ୍କରେ ମଧ୍ୟ ଭିଜିଲାନ୍ସ ରେଡ କରିଛି । କଟକ ମହାନଦୀ ବିହାରରେ ତ୍ରିନାଥଙ୍କ ଦୁଇ ପୁଅ କରିଥିବା ମେଡିସିନ ପ୍ରସ୍ତୁତକାରୀ ୟୁନିଟରେ ରେଡ ହୋଇଛି ।

ଅଧିକ ପଢନ୍ତୁ