ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଯନ୍ତ୍ରୀ । ସହକାରୀ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କ ଘରେ ରେଡ୍ । ଗତକାଲି ରାଜକିଶୋରଙ୍କ ଘରେ ଭିଜିଲାନ୍ସ ରେଡ୍ ଦେଖି ଭୟରେ ଟଙ୍କା ଭର୍ତ୍ତି ବ୍ୟାଗ୍ ଝରକା ପଟେ ବାହାରକୁ ଫୋପାଡି ଦେଇଥିଲେ ଅଶୋକ । ଆଜି ରେଡ୍ କରି ସେହି ଟଙ୍କା ଭର୍ତ୍ତି ବ୍ୟାଗକୁ ଜବତ କରିଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ। କସ୍ମୋପଲିସର ଗୋଟିଏ ଫ୍ଲାଟରେ ଚାଲିଛି ଚଢ଼ାଉ। ଭିଜିଲାନ୍ସର ୧୫ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ।ବ୍ୟାଗରୁ ୧ ଲକ୍ଷ ଟଙ୍କା, ୬୦ ଗ୍ରାମ ସୁନା, ୧୦ ଗ୍ରାମ ରୁପା, ଗାଡିର କାଗଜପତ୍ର ଜବତ । ରାଜଧାନୀର ବିଭିନ୍ନ ମଲରେ ଥିବା ୩ଟି ଦୋକାନ, ସୋମନାଥ ନଗରରେ ଚାରି ମହଲା ଘର, ଡ଼ୁମଡ଼ୁମାରେ ୩ ମହଲା ଘର, କସମପୋଲିସରେ ଫ୍ଲାଟ୍, ପୋଷ୍ଟାଲରେ ୧୭ ଲକ୍ଷ ଟଙ୍କାର ଡିପୋଜିଟ ଠାବ ହୋଇଛି । R&B ଡିଭିଜନ-୨ର ସହାୟକ ଯନ୍ତ୍ରୀ ରାଜ କିଶୋର ଜେନାଙ୍କ ସହଯୋଗୀ ଅଶୋକ କୁମାର ପଣ୍ଡା । ଉଭୟଙ୍କ ଜଏଣ୍ଟ ପ୍ରପ୍ରର୍ଟି ଥିବା କଥା ଜାଣିବାକୁ ପାଇଛି ଭିଜିଲାନ୍ସ ।
