ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ ଅଧିକାରୀ। କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପଙ୍କ ଘର, ଅଫିସ ସହିତ ଏକକାଳୀନ ୧୨ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍। ସୂଚନା ଥାଉକି, ଭିଜିଲାନ୍ସ ଜାଲରେ Odisha bridge and construction ର chief construction engineer । ଆର ଆଣ୍ଡ ବି କଟକ ସର୍କଲର chief construction engineer ପ୍ରଦୀପ କୁମାର ରଥଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।
ବାରବାଟୀ ଷ୍ଟାଡିୟମରେ ଥିବା ତାଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱର ପାଣ୍ଡରାରେ ଥିବା ତାଙ୍କ ବାସଭବନ, ଚନ୍ଦ୍ରଶେଖରପୁରରେ ଥିବା ଆପାର୍ଟମେଣ୍ଟ, ଭଦ୍ରକ ଆଚାର୍ଯ୍ୟ ନଗରରେ ଥିବା ଦୁଇ ମହଲା କୋଠା, ଯାଜପୁର, କଟକ ଓ ଖୋର୍ଦ୍ଧାରେ ଥିବା ପ୍ଲଟରେ ଚାଲିଛି ଚଢ଼ଉ। ଭଦ୍ରକର ଆଗରପଡ଼ାରେ ଥିବା ଦୁଇଟି ପୈତୃକ ଘର, ଯାଜପୁର ଓ ଖୋର୍ଦ୍ଧାରେ ଘନିଷ୍ଠ ସହଯୋଗୀଙ୍କ ଘର ଓ ଭୁବନେଶ୍ବର ନୟାପଲ୍ଲୀରେ ପ୍ରଦୀପ କୁମାର ରଥଙ୍କ ପୁଅଙ୍କ ଔଷଧ ଦୋକାନରେ ବି ଚଢ଼ଉ କରୁଛି ଭିଜିଲାନ୍ସ।। ସକାଳୁ ଚାଲିଥିବା ଏହି ରେଡ଼ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଛି ।