ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କ୍ଷୁଦ୍ର ଜଳସେଚନ ବିଭାଗ ୨ କର୍ମଚାରୀ । ୨ ଜଣ ହେଲେ କ୍ୟାସିଅର ନରେଶ ପଟ୍ଟନାୟକ, ଆକାଉଣ୍ଟାଣ୍ଟ ସୁରଜ ପ୍ରସାଦ ଜୟସ୍ବାଲ । ଉଭୟ ଜଣେ ଠିକାଦାରଙ୍କ ୪ଟି କାମର ବିଲ୍ କରାଇ ଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।ଫୋନ୍ ପେ’ ଜରିଆରେ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ ଯାହା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବର୍ତ୍ତମାନ ଭିଜିଲାନ୍ସ ଉଭୟଙ୍କୁ ପଚରା ଉଚରା କରିବା ସହ ତଦନ୍ତ ଜାରି ରହିଛି ।ପ୍ରତ୍ୟେକ ଅଭିଯୁକ୍ତଙ୍କ ସହିତ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଏହି ସମ୍ପର୍କରେ, ବ୍ରହ୍ମପୁର ଭିଜିଲାନ୍ସ ପିଏସ୍ କେସ୍ ନଂ.୫/୨୦୨୫, ୭ ପିସି (ସଂଶୋଧନ) ଆଇନ, ୨୦୧୮ ଅନ୍ତର୍ଗତ ପଞ୍ଜୀକୃତ ହୋଇଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ତଦନ୍ତ ଚାଲିଛି
