ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ। ଠିକାଦାରଙ୍କ ଠାରୁ ବିଲ୍ କ୍ଲିୟର କରାଇଦେବାକୁ ନେଉଥିବା ସମୟରେ ବୁଧବାର ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ନରେଶ ଦାସଙ୍କୁ ଧରିଛି ଭିଜିଲାନ୍ସ। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସହକାରୀ ଯନ୍ତ୍ରୀ ନରେଶ କୁମାର ଦାସ ପ୍ରାୟ ୭ ଲକ୍ଷ ମୂଲ୍ୟର ବାକି ଥିବା ବିଲ୍ କରାଇବା ପାଇଁ ଭୁବନେଶ୍ୱରର ଜଣେ ଠିକାଦାରଙ୍କଠାରୁ ୧ ଲକ୍ଷ ଲାଞ୍ଚ ଦାବି ଏବଂ ଗ୍ରହଣ କରିଥିଲେ।
ଏକ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଭିଜିଲାନ୍ସ ଅଧିକାରୀମାନେ ଜାଲ ବିଛାଇ ଦାସ ଲାଞ୍ଚ ଗ୍ରହଣ କରୁଥିବା ସମୟରେ ତାଙ୍କୁ ଗିରଫ କରିଥିଲେ। ସେ ଭୁବନେଶ୍ୱରର ଗ୍ରାମୀଣ କାର୍ଯ୍ୟ (ଜନସ୍ୱାସ୍ଥ୍ୟ) ବିଭାଗରେ କାର୍ୟ୍ୟରତ।ତାଙ୍କ ଠାରୁ ମୋଟ ୨.୨୬ ଲକ୍ଷ ଟଙ୍କା ଜବତ କରିବା ସହ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରେ ରେଡ୍ କରୁଛି ଭିଜିଲାନ୍ସ।