ସଡକ ଓ ଗୃହ ନିର୍ମାଣ (R&B) ଡିଭିଜନ୍ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ମଙ୍ଗଳବାର ଭିଜିଲାନ୍ସ ଟିମ୍ ଏକକାଳୀନ ଭାବେ ୧୦ଟି ସ୍ଥାନରେ ତଦନ୍ତ କରିଛି।। ଚଢାଉ ବେଳେ ତାଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପାଇଛି ଭିଜିଲାନ୍ସ । ଯାହାକୁ ନେଇ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍ ।
ତେବେ ଏହି ଚଢାଉରେ ଭିଜିଲାନ୍ସ ବିଭାଗର ୭ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସଆଇଙ୍କ ସହ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଥିବା ଜଣାପଡିଛି । ଏ ନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି ।ଏହାସହ କସମୋପଲିସି ଓ ଡୁମଡୁମା ଫ୍ଲାଟରେ ଚଢ଼ାଉ କରୁଛି ଟିମ୍ । ପାହାଳ ସିମ୍ଫୋନି ମଲରେ ଥିବା ଦୋକାନ, ଜାଗମରା ଘରେ ମଧ୍ୟ ଚାଲିଛି ତନାଘନା । ଭୁବନେଶ୍ବର ସରକାରୀ କାର୍ଯ୍ୟାଳୟ ଓ ପଟିଆରେ ଥିବାସମ୍ପର୍କୀୟଙ୍କ ଘରେ ଚଢ଼ାଉ ହେଉଛି । ସେପଟେ ପୈତୃକ ଘର ନୟାଗଡ ଜଗନ୍ନାଥପ୍ରସାଦ ଓ ଶବାଜି ନଗରରେ ରେଡ୍ କରୁଛି ତଦନ୍ତକାରୀ ଟିମ୍ ।ତଦନ୍ତ ପ୍ରକ୍ରିୟା ଜାରି ରହିଛି ଏବଂ ଏହା ସମ୍ପର୍କରେ ଅଧିକ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।