ରାସ୍ତା କାମର ବକେୟା ବିଲ୍ ପାଇଁ ରାସ୍ତା ଉପରେ ନେଉଥିଲେ ଲାଞ୍ଚ । ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ। ନିୟୁଇଣ୍ଡିଆ ସାହି ସ୍ଥିତ ଭଡ଼ା ଘରେ ଠିକାଦାରଙ୍କଠୁ ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଜେଇ।ସୂଚନାଯୋଗ୍ୟ ଯେ, କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ଏକ ରାସ୍ତା କାମର ବିଲ୍ ପାଇଁ ଠିକାଦାରଙ୍କୁ ଲାଞ୍ଚ ମାଗିଥିଲେ । ଏ ନେଇ ଭିଜିଲାନ୍ସକୁ ଜଣାଇଥିଲେ ଠିକାଦାର । ପରେ ବାସୁଦେବପୁର ବ୍ଲକ ଅଧିନ ନିଉ ଇଣ୍ଡିଆ ଛକ ନିକଟରେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ୧୦ ହଜାର ଟଙ୍କା ନେଉଥିବା ବେଳେ ବାଲେଶ୍ବର ଓ ଭଦ୍ରକର ଭିଜିଲାନ୍ସ ଟିମ୍ ମିଳିତ ଭାବେ ରାସ୍ତା ଉପରେ ମାଡି ବସିଥିଲେ । ଏବେ ତାଙ୍କ ବାସଭବନ, ଭଡା ଘର ଓ ସରକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହେଉଥିବା ନେଇ ସୂଚନା ମିଳିଛି ।
