ରାୟଗଡ଼ା ତା ୨୩/୦୬ (ନିପ୍ର) ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ର ବିଷମ କଟକ ସିଡ଼ିପିଓ ସୁଶିଲା ଶବର ଓ କ୍ଲର୍କ ରାମ ଚନ୍ଦ୍ର ପାତ୍ରଙ୍କୁ ଅଶି ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ କୁମ୍ଭାରଧାମୁଣୀ ଥେରୁବାଲି ରାସ୍ତାରେ ଗିରଫ କରାଯାଇଛି। ସୂଚନା ମୁତାବକ ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲୀ ପଞ୍ଚାୟତର ପୁଟେଶି ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଲାଲୁ ସିକକାଙ୍କ ନିଜ ସ୍ତ୍ରୀଙ୍କର ଅଙ୍ଗନୱାଡ଼ି ଚାକିରୀ କରେଇ ଦେବା ନେଇ ଏକ ଲକ୍ଷ କୋଡିଏ ହଜାର ଟଙ୍କାରେ ମୂଲଚାଲ ହୋଇଥିଲା। ଲାଲୁ ସିକକା ଅଗ୍ରୀମ କୋଡିଏ ହଜାର ଟଙ୍କା ଫୋନ ପେ ମାଧ୍ୟମରେ ସିଡ଼ିପିଓ ଙ୍କୁ ଦେଇଥିଲେ। ଆଜି ଅର୍ଥାତ୍ ୨୩ ତାରିଖ ରେ ଅଶି ହଜାର ଟଙ୍କା ଦେଉଥିବା ସମୟରେ ରାୟଗଡ଼ା ଭିଜିଲାନ୍ସ୍ ଟିମ୍ କୁମ୍ଭାରଧାମୁଣୀ ଓ ଥେରୁବାଲି ରାସ୍ତାରେ ଅପେକ୍ଷା କରି ବସିଥିଲେ। ଠିକ୍ ସେହି ସମୟରେ ସିଡ଼ିପିଓ ବିଷମ କଟକ ଠାରୁ ଫେରି ନିଜ ବାସସ୍ଥଳି ରାୟଗଡ଼ ଯିବା ସମୟରେ ରାୟଗଡ଼ା ଭିଜିଲାନ୍ସ ଟିମ୍ ମାଡ଼ି ବସି ସିଡ଼ିପିଓ ଶ୍ରୀମତି ସୁଶୀଳା ଶବର ଓ ବରିଷ୍ଠ କିରାଣୀ ରାମ ଚନ୍ଦ୍ର ପାତ୍ରଙ୍କୁ ଗିରଫ କରିଥିଲେ। ଏହି ଧରପଗଡର ଭିଜିଲାନ୍ସ ଟିମରେ ଇନ୍ସପେକ୍ଟର ତରୁଲତା ବେହେରା, ସଂଜୟ ପ୍ରଧାନ ଏ ଏସ ଆଇ ଲୋକନାଥ ଦୋରା ପ୍ରମୁଖ ନିୟୋଜିତ ଥିଲେ। ସିଡ଼ିପିଓ ଶ୍ରୀମତି ଶବର ଓ ବରିଷ୍ଠ କିରାଣୀ ଶ୍ରୀପାତ୍ରଙ୍କୁ ରାୟଗଡ଼ା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରା ଉଚରା ଚାଲିଥିବା ଭିଜିଲାନ୍ସ ଅଧିକାରୀ ଶ୍ରୀମତୀ ବେହେରା ସୂଚନା ଦେଇଛନ୍ତି।
