ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ । ମଧ୍ୟସ୍ଥି ଜରିଆରେ ନେଉଥିଲେ ଲାଞ୍ଚ । ଶେଷରେ ଭିଜିଲାନ୍ସ ହାତରେ ଧରାପଡିଗଲେ ଉଭୟ । ବାଲିଅନ୍ତା ବ୍ଲକ୍ କନିଷ୍ଠ ଯନ୍ତ୍ରୀ ସଂଘମିତ୍ର ପଟ୍ଟନାୟକ ଏବଂ ମଧ୍ୟସ୍ତି ବେଣୁଧର ପରିଡାଙ୍କୁ ଧରିଛି ଭିଜିଲାନ୍ସ ।ସୂଚନାଯୋଗ୍ୟ ଯେ, ବାଲିଅନ୍ତା ବ୍ଲକ୍ କନିଷ୍ଠ ଯନ୍ତ୍ରୀ ସଂଘମିତ୍ର ପଟ୍ଟନାୟକ ମଧ୍ୟସ୍ଥି ଜରିଆରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ । ୨୦୨୩ ମସିହାର ଏକ ବିଲ୍ ପାସ୍ କରିବାକୁ ଯଶୁଆପୁରର ରଶ୍ମୀ ରଞ୍ଜନ ମହାପାତ୍ରଙ୍କ ଠାରୁ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ।
ଏଥିରେ ଜଣେ ବ୍ୟକ୍ତି ମଧ୍ୟସ୍ଥତା କରିଥିଲେ । ଏ ନେଇ ରଶ୍ମୀ ରଞ୍ଜନ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଯୋଜନା ମୁତାବକ ମଧ୍ୟସ୍ଥି ଜରିଆରେ ୧୦ହଜାର ଟଙ୍କା ଦିଆଯାଇଥିଲା । ପରେ ଭିଜିଲାନ୍ସ ଅଫିସର କନିଷ୍ଠ ଯନ୍ତ୍ରୀଙ୍କୁ ନିଜ ହେପାଜତକୁ ନେଇଥିଲେ । ଦୁହେଁଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ଲାଞ୍ଚ ନେବା ଅଭିଯୋଗରେ ଶ୍ରୀ ପଟ୍ଟନାୟକଙ୍କ ବାସଭବନ ସମେତ ଦୁଇଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ ।