ଭିଜିଲାନ୍ସ ଜାଲରେ ରାଜସ୍ୱ ବିଭାଗ କିରାଣୀ ।

ଭିଜିଲାନ୍ସ ଜାଲରେ ରାଜସ୍ୱ ବିଭାଗ କିରାଣୀ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ତହସିଲ ଅଫିସ ଜୁନିୟର କିରାଣି ଗୋଲକ ନାୟକ ଏକ ଜମି ଚିହ୍ନଟ ଫାଇଲ ପ୍ରୋସେସିଙ୍ଗ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଆଜି ଟଙ୍କା ନେବା ପରେ ଟଙ୍କାକୁ ଅନ୍ୟ ଜଣେ ବ୍ୟକ୍ତି ଅରୁଣ ସେଠଙ୍କୁ ହସ୍ତାନ୍ତର କରିଥିଲେ।

ଉଭୟଙ୍କୁ ଅଟକ ରଖିଛି ଭିଜିଲାନ୍ସ। କିରାଣି ଶ୍ରୀ ନାଏକ ୨୦୨୧ରେ ଚାକିରି ପାଇଥିଲେ।ସୁନ୍ଦରଗଡ଼ ଭିଜିଲାନ୍ସ ଏକ ମାମଲା ରୁଜୁ କରି ଜାଲ ବିଛାଇ ଆଜି ସକାଳେ ଲେଫ୍ରିପଡ଼ା ତହସିଲ ଅଫିସରେ କିରାଣି ଗୋଲେଖ ବିହାରୀ ନାଏକଙ୍କୁ କାବୁ କରିଥିବା ସୂଚନା ରହିଛି।

ଅଧିକ ପଢନ୍ତୁ

Odisha Darpan Digital