ଆଉ ଜଣେ ବାବୁଙ୍କ ଘରେ ଭିଜିଲାନ୍ସ । ବ୍ରହ୍ମପୁରର ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଯନ୍ତ୍ରୀ ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ । ଏକକାଳୀନ ୪ଟି ସ୍ଥାନରେ ଚଢାଉ ଜାରି ।ବ୍ରହ୍ମପୁର ଧର୍ମନଗରରେ ରହିଛି 2 BHK ଫ୍ଲାଟ ଏବଂ ମୟୂର ବିହାର ଗୋଟେ ଡବଲ ଷ୍ଟୋରେଡ ବିଲଡିଂ ରହିଛି । ଏହା ସହ ଭୁବନେଶ୍ବର ସହିଦ ନଗରରେ 3 BHK ଫ୍ଲାଟ ଉପରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ । ରେଡରେ ସାମିଲ ଅଛନ୍ତି ୩ଜଣ DSP ଏବଂ ୭ଜଣ ଇନ୍ସପେକ୍ଟର ।ସେହିପରି ଗତକାଲି ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଛାପା ମାରିଥିଲା ଭିଜିଲାନ୍ସ । ଜବତ ହୋଇଥିଲା କୋଟି କୋଟି ଟଙ୍କା । ଆଉ ଗୋଟିଏ ପଟେ ଝରକା ଖୋଲି ବିଡ଼ା ବିଡ଼ା ଟଙ୍କା ଫୋପାଡ଼ି ଦେଇଥିଲେ ଲାଞ୍ଚୁଆ ବାବୁ । ହାତରେ ମେଞ୍ଚା ମେଞ୍ଚା ଟଙ୍କାକୁ ବିକଳରେ ଫୋପାଡ଼ି ଦେଇଥିଲେ ।
