ଧାମନଗର ତହସିଲ ଅଧୀନ ରାଧାବଲ୍ଲଭପୁର ସର୍କଲର ରେଭେନ୍ୟୁ ଇନ୍ସପେକ୍ଟର (RI) ନଗେନ୍ଦ୍ର କୁମାର ଦାସ ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଜମି ମ୍ୟୁଟେସନ ମାମଲାରେ ରିପୋର୍ଟ ଦେବା ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ମାଗିବା ନେଇ ଭିଜିଲାନ୍ସରେ ଅଭିଯୋଗ ପରେ ଅଭିଯୋଗକାରୀ ଲାଞ୍ଚ ବାବଦକୁ ୪ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିବା । ଭିଜିଲାନ୍ସ ଟିମ୍ ଆରଆଇକୁ ଧରିବା ସହ କାର୍ଯ୍ୟାଳୟରେ ଯାଞ୍ଚ କରୁଛି ।ଏହି ଘଟଣା ସମ୍ପର୍କରେ ବାଲେଶ୍ୱର ଭିଜିଲାନ୍ସ ମାମଲା ରୁଜୁ କରିଛି। ଏହାପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ସନ୍ଦେହରେ ନଗେନ୍ଦ୍ରଙ୍କ ଦୁଇଟି ସ୍ଥାନରେ ଅନୁସନ୍ଧାନ ଜାରି ରହିଛି।
