ମୁନିଗୁଡ଼ା:୧୨-୮ ରାୟଗଡ଼ା ଜିଲ୍ଲା ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି ଜଣେ ପୁରୁଷ ସ୍ବାସ୍ଥ୍ୟକର୍ମୀ।ତାଙ୍କ ନାଁରେ ବିଭିନ୍ନ କଥା ଶୁଣିବାକୁ ମିଳୁଥିଲା ହେଁ ପ୍ରମାଣ ନଥିବାରୁ ସେ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ନିଜ କାୟା ବିସ୍ତାର କରି ଚାଲିଥିଲେ।ଆଜି ତାଙ୍କ କଳା କାରନାମାର ପର୍ଦ୍ଦାଫାଶ ହୋଇଛି। ଜନ୍ମ ସାର୍ଟିଫିକେଟ ସଂଶୋଧନ ପାଇଁ ଜଣେ ଗରିବ ଲୋକଙ୍କୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସ୍ବାସ୍ଥ୍ୟକର୍ମୀ କୁଞ୍ଜବିହାରୀ।ଲୋକ ଜଣଙ୍କ ଅଗ୍ରୀମ ୩ ହଜାର ଟଙ୍କା ଦେଇଥିଲେ।ଅବଶିଷ୍ଟ ଟଙ୍କା ଦେଲେ କାମ ହେବ ବୋଲି କହିଥିଲେ କୁଞ୍ଜ ବୋଲି ବ୍ୟକ୍ତି ଜଣଙ୍କ କହିଥିଲେ।ଆଜି ପୁଣି ୩ ହାଜର ଟଙ୍କା ଦେଇଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପୁରୁଷ ସ୍ୱାସ୍ଥ୍ୟ କର୍ମୀ କୁଞ୍ଜ ବିହାରୀ।ଗରିବ ଲୋକଟି କୋରାପୁଟ ଭିଜିଲାନ୍ସର ସାହାଯ୍ୟ ପୂର୍ବରୁ ନେଇଥିଲା।ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ୱାରା କୁଞ୍ଜ ବିହାରୀ ଜୟପୁର ଭିଜିଲାନ୍ସ ସ୍ବତନ୍ତ୍ର ଟିମ୍ ହାତରେ ଧରାପଡ଼ି ଗିରଫ ହୋଇଥିବା ଜଣାଯାଏ।ବ୍ୟକ୍ତି ଜଣଙ୍କ ଘର କନ୍ଧମାଳ ଜିଲ୍ଲା ଦୁର୍ଗାପଙ୍ଗାର ବୋଲି ଜଣା ପଡିଛି।ଜନ୍ମ ପ୍ରମାଣ ପାତ୍ର ସଂଶୋଧନ ପାଇଁ ଏହି ଦେବାନେବା କଥା ହୋଇଥିଲା। କୁଞ୍ଜବିହାରୀ ରାଉତ ଉକ୍ତ ବ୍ୟକ୍ତିଙ୍କ ଠାରୁ ଅବଶିଷ୍ଟ ୩ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ କାବୁ କରିନେଇଥିଲା।କୋରାପୁଟ ଭିଜିଲାନ୍ସ ଅଧିକାରୀ କେଶ ନଂ ୨୭/୨୦୨୫,ୟୁ/ଏସ, ୭ପିସି ଆକ୍ଟରେ ମାମଲା ରୁଜୁ କରି ଆସାମୀକୁ ଗିରଫ କରିବା ସହିତ ଅଧିକ ତଦନ୍ତ ଚଳାଇଥିବା ବିଭାଗୀୟ ଅଧିକାରୀଙ୍କ ନିକଟରୁ ଜଣାଯାଏ।
