ଭିଜିଲାନ୍ସ ହାତରେ ଧରା ପଡିଲେ ମହିଳା କନିଷ୍ଠ ଯନ୍ତ୍ରୀ

୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ମହିଳା କନିଷ୍ଠ ଯନ୍ତ୍ରୀ l କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କାର୍ଯ୍ଯାଳୟ ଠାରେ ମହିଳା କନିଷ୍ଠ ଯନ୍ତ୍ରୀ ଭାନୁମୋତି ଟୁଡୁଙ୍କୁ ଧରିଛି ଜୟପୁର ଭିଜିଲାନ୍ସ ଟିମ୍ l କୁନ୍ଦୁରା ବ୍ଲକ ଅଧୀନରେ ରହିଥିବା ଘୁମର, ଆସନା, ଫୁଲଭଟ୍ଟା,ମସିଗାଁ ଏବଂ ଦିଗାପୁର ପଞ୍ଚାୟତ ଦାୟିତ୍ୱରେ ରହିଥିବା ସହକାରୀ ଯନ୍ତ୍ରୀ ଏକ ଗୁହାଳ ଗୃହ ବିଲ୍‌ ପାସ୍‌ କରାଇବା ନେଇ ଜଣେ ଠିକାଦାରଙ୍କଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ ଟିମ୍‌। କନିଷ୍ଠ ଯନ୍ତ୍ରୀ ଧରାପଡିବା ପରେ କାର୍ଯ୍ୟାଳୟରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ l

ଅଧିକ ପଢନ୍ତୁ