ଭିତର କନିକାରେ ବଢ଼ିଲା କୁମ୍ଭୀରଙ୍କ ସଂଖ୍ୟା, ସଂଖ୍ୟା ୧୮୫୮କୁ ବୃଦ୍ଧି

ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ କୁମ୍ଭୀର ଗଣନା ଶେଷ ହୋଇଛି। ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର ଏନେଇ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଭିତରକନିକାରେ ଚଳିତ ବର୍ଷ ୧୮୫୮ ଟି କୁମ୍ଭୀର ଥିବା ଜଣାପଡିଛି । ୨ ଫୁଟରୁ ଆରମ୍ଭ କରି ୮ ଫୁଟରୁ ଅଧିକ ପର୍ଯ୍ୟନ୍ତ କୁମ୍ଭୀରର ଗଣନା କରାଯାଇଥିଲା। ୨୦୨୫ ମସିହାରେ ୧୮୨୬ଟି କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ମାତ୍ର ୩୨ଟି କୁମ୍ଭୀର ଅଧିକ ଥିବା ଜଣାପଡିଛି ।ଗତ ଜାନୁଆରୀ ୮ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ପର‌୍ୟ୍ୟନ୍ତ ଏହି ଗଣନା କରାଯାଇଥିଲା । ତେବେ ଭିତରକନିକାର ଲୁଣା ଓ ମିଠା ମିଶା ପାଣି ଏହି କୁମ୍ଭୀରମାନଙ୍କ ରହିବା ପାଇଁ ଉପଯୁକ୍ତ। ତାଛଡ଼ା ଭିତରକନିକା ଅଭୟାରଣ୍ୟ ଏକ ନିସିଦ୍ଧାଞ୍ଚଳ ହୋଇଥିବାରୁ ଏଠାରେ ଶିକାର କରିବା ଏବଂ ମାଛଧରିବା ଉପରେ କଟକଣା ରହିଛି। ଫଳରେ ମାଛ କଙ୍କଡ଼ାମାନଙ୍କର ବଂଶ ବୃଦ୍ଧି ହୋଇଥାଏ।ଭିତରକନିକାର ଲୁଣା ଜଙ୍ଗଲ ମଧ୍ୟରେ ରହିଥିବା ଜୁଆରିଆ ବହୁ ନାଳମାନଙ୍କରେ କୁମ୍ଭୀରମାନେ ନିରାପଦରେ ବିଚରଣ କରି ପ୍ରଚୁର ମାଛ କଙ୍କଡାକୁ ଖାଦ୍ୟ ଭାବରେ ଗ୍ରହଣ କରିଥାନ୍ତି ।

ଅଧିକ ପଢନ୍ତୁ