ସମ୍ବଲପୁର ବୁର୍ଲା ଭିସୁଟ୍ର ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ପିସି ବ୍ରିଜ ତଳୁ ମିଳିଛି ମୃତଦେହ । ମୃତ ଛାତ୍ର ଜଣକ ହେଉଛନ୍ତି ଅଞ୍ଜନେୟ ଦାସ। ଅଞ୍ଜନେୟ ମେକାନିକାଲ ଇଂଜିନିୟରିଂ ଶେଷ ବର୍ଷର ଛାତ୍ର ।ମୃତ ଛାତ୍ର ଜଣକ ହେଲେ ଯାଜପୁରର ଅଂଜନେୟ ଦାସ l ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି l ସେପଟେ ଅଞ୍ଜନେୟ ଏକା ଥିଲେ ନା ତାଙ୍କ ସହ ଆଉ କିଏ ଥିଲେ ତାହା ଜଣାପଡ଼ିନାହିଁ l ବହୁ ପୂର୍ବରୁ ଭିସୁଟ କର୍ତ୍ତୃପକ୍ଷ ରାତି 10 ଟା ପରେ କେହି ବାହାରକୁ ନଯିବା ପାଈଁ ନୋଟିସ ଜାରି କରିଛନ୍ତି l ଏହା ସତ୍ୱେ ସେ କାହିଁକି ଏତେ ରାତିରେ ବାହାରକୁ ଯାଇଥିଲେ ସେନେଇ ପ୍ରଶ୍ନ ଉଠୁଛି lବର୍ତ୍ତମାନ ଛାତ୍ରଙ୍କ ମାମୁଁ ହତ୍ୟା ଅଭିଯୋଗ ଆଣିଛନ୍ତି l ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ ପାରିପାର୍ଶ୍ବିକ ପରିସ୍ଥିତିକୁ ଯାଞ୍ଚ କରୁଛି l
