ଭୀଷଣ ଥଣ୍ଡାରେ ଥରୁଛି ଓଡ଼ିଶା, ଘନ କୁହୁଡି଼ ପାଇଁ ୱାର୍ଣ୍ଣିଂ ଜାରି

ଶୀତରେ ଥରୁଛି ସାରା ଓଡିଶା । ଅନେକ ଜିଲ୍ଲାରେ ତାପମାତ୍ରା 10 ଡିଗ୍ରୀ ତଳେ ରହିଛି । ଆଗାମୀ 7 ଦିନ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ପ୍ରବଳ ଥଣ୍ଡା ଜାରି ରହିବ । ସେପଟେ ଆଗାମୀ 2 ଦିନ ଯାଏଁ ଘନ କୁହୁଡି ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ । ସାଧାରଣତଃ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଶୀତର ପ୍ରକୋପ ବେସି ଅନୁଭୂତ ହେବ । ତେବେ ଆହୁରି 48 ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ସମ୍ଭାବନା ରହିଛି । କନ୍ଧମାଳ, ସମ୍ବଲପୁର ଓ ସୁନ୍ଦରଗଡ ଏହି 3 ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଅଧିକ ପଢନ୍ତୁ