ଓଡ଼ିଶା ହେବ ମେରାଇନ ବାୟୋଟେକ୍ନୋଲୋଜି ଓ ବ୍ଲୁ ଇକନୋମିର ବିଶ୍ବ ହବ୍ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମେରାଇନ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ କରିଡର (OMBRIC)ର ଶୁଭାରମ୍ଭ କରିଛନ୍ତି । ଯୁବ ଉଦ୍ୟୋଗୀଙ୍କ ପାଇଁ ମେରାଇନ ବାୟୋଟେକ୍ ଷ୍ଟାର୍ଟଅପ୍ ସୃଷ୍ଟି କରିବାର ପ୍ଲାଟଫର୍ମ ଭାବେ ଏହା କାମ କରିବ ।ଏହି କରିଡର ପରିବେଶ ସୁରକ୍ଷା, ବିଜ୍ଞାନ ଆଧାରିତ ପର୍ଯ୍ୟଟନ, ନିବେଶ ଓ ନିଯୁକ୍ତି ସହ ଉପକୂଳବାସୀଙ୍କ ଜୀବିକା ଉପାର୍ଜନରେ ସହାୟକ ହେବ ବୋଲି କୁହାଯାଉଛି । ଏଥିପାଇଁ ୭ ଟି ସଂସ୍ଥା ସହ MOU ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର । ନ୍ୟାସନାଲ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି, IIT ଭୁବନେଶ୍ୱର, NIT ରାଉରକେଲା, IISER ବ୍ରହ୍ମପୁର, ILS ଭୁବନେଶ୍ୱର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଫକିରମୋହନ ବିଶ୍ୱବିଦ୍ୟାଳୟ ସହିତ MOU ସ୍ବାକ୍ଷର ହୋଇଛି ।
