ଭୁବନେଶ୍ୱର,(ଓଡିଶା ଦର୍ପଣ): ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ବିମାନବନ୍ଦରରୁ ସେ ରାଜ୍ୟ ଅତିଥୀ ଭବନକୁ ଯାଇଥିଲେ। ସେଠାରୁ ସେ ବିଧାନସଭା ଯାଇ ବିଧାୟକ ସାଂସଦଙ୍କୁ ସେ ଭୋଟ ପାଇଁ ଅନୁରୋଧ କରିବେ। ବିମାନ ବନ୍ଦରରେ ତାଙ୍କୁ ଉଭୟ ବିଜେଡି ଓ ବିଜେପି ତରଫରୁ ସ୍ବାଗତ କରାଯାଇଛି। ସେଠାରେ ଆଦିବାସୀ ନୃତ୍ୟରେ ତାଙ୍କୁ ସ୍ବାଗତ କରାଯାଇଛି। ଉଭୟ ବିଜେଡି ଓ ବିଜେପିର ମହିଳା କର୍ମିମାନେ ତାଙ୍କୁ ସ୍ବାଗତ କରିଥିଲେ। ଆଜି ମଧ୍ୟାହ୍ନରେ ଦ୍ରୌପଦୀ ନବୀନ ନିବାସ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମଧ୍ୟାହ୍ନ ଭୋଜନରେ ସାମିଲ ହେବେ।