ନୂଆ ଢ଼ାଞ୍ଚାରେ ଭୁବନେଶ୍ବରରେ ମେଟ୍ରୋ । କେନ୍ଦ୍ର ସରକାରଙ୍କ ସହଯୋଗରେ ହେବ ମେଟ୍ରୋ । ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ଟେକ୍ନିକାଲ କମିଟି । । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା ।ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀ ସ୍ତରୀୟ ସବ୍ କମିଟିର ଦ୍ଵିତୀୟ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ କମ୍ପ୍ରେହେନସିଭ୍ ମୋବିଲିଟି ପ୍ଲାନ୍ ତିଆରି ହୋଇଛି । କେଉଁ ଲାଇନରେ ଯିବ କେଉଁ ସ୍ଥାନରେ ପାର୍କିଂ ଅଞ୍ଚଳ ହେବ ଟେକ୍ନିକାଲ କମିଟି ସବିଶେଷ ରିପୋର୍ଟ ଦେବ । ଏଥିପାଇଁ ସାଧାରଣ ଲୋକଙ୍କ ମତାମତ ନିଆଯିବ । ପୁରୁଣା ପ୍ରକଳ୍ପ ଅନୁଯାୟୀ ରାସ୍ତାରେ ଟ୍ରାଫିକ୍ ଜାମ୍ ରହୁଛି । ଟେଷ୍ଟିଂ ବେଳେ କ’ଣ ଅବସ୍ଥା ହେଲା କେତେ ହଇରାଣ ହେବାକୁ ପଡିଲା । ମେଟ୍ରୋ କାମ ଚାଲିଥିଲେ ପୁରା ରାସ୍ତା ଠପ୍ ହୋଇଯାଇଥାନ୍ତା । ସେଥିପାଇଁ ନୂଆ ଟ୍ରାକ୍ ଯାହା ହେବ କମିଟି ରିପୋର୍ଟ ଦେବ ବୋଲି ମନ୍ତ୍ରୀ କହିଛନ୍ତି ।
