ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯାହା ଦେଶର ଭିତ୍ତିଭୂମି ଏବଂ ସଂଯୋଗୀକରଣକୁ ଏକ ନୂତନ ଦିଗଦର୍ଶନ ଦେବ। ଭୁବନେଶ୍ବର-କଟକ ରିଙ୍ଗ ରୋଡକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ୬ଲେନ ବିଶିଷ୍ଟ ୧୧୧ କିମି ବାଇପାସ ନିର୍ମାଣ ହେବ । ଏଥିପାଇଁ ୮୩୦୭ କୋଟି ଟଙ୍କା ବ୍ୟୟ ଅଟକଳ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ ମିଳିଛି ।ଏହି କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡ କେବଳ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାରେ ଯାତାୟାତକୁ ସୁବିଧାଜନକ କରିବ ନୁହେଁ, ବରଂ ଆର୍ଥିକ ବୃଦ୍ଧି, ଶିଳ୍ପୀୟ ବିସ୍ତାର ଏବଂ ଅଞ୍ଚଳୀୟ ସମୃଦ୍ଧି ପାଇଁ ଏକ ପ୍ରଭାବଶାଳୀ ହେବ।
