ରାଜଧାନୀ ଭୁବନେଶ୍ୱର ନୟାପଲ୍ଲୀରେ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ସେଠାରେ ସେ ଶ୍ରମିକମାନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରମିକଙ୍କ ସୁରକ୍ଷା ପାଇଁ ଥିବା ଯୋଜନା ସଂପର୍କରେ ସେ ଶ୍ରମିକମାନଙ୍କୁ ଅବଗର କରାଇଛନ୍ତି। ବିଭାଗୀୟ ଅଧିକାରୀ ମନ୍ତ୍ରୀଙ୍କ ସାଥିରେ ଥିବା ବେଳେ ସବୁ ସମସ୍ୟାର ସମାଧାନ ସ୍ପଟ୍ରେ ହେବ ବୋଲି କହିଛନ୍ତି ମନ୍ତ୍ରୀ ।ସେ ଆହୁରି କହିଛନ୍ତି ଯେ, ଶ୍ରମିକଙ୍କ ପାଇଁ ଖୁବଶୀଘ୍ର ହେଲ୍ପ ଡେସ୍କ ଖୋଲାଯିବ। ହେଲ୍ପ ଡେସ୍କରେ ଥିବା ଅଧିକାରୀ ଶ୍ରମିକମାନଙ୍କୁ ସହଯୋଗ କରିବେ। ଶ୍ରମିକମାନଙ୍କର ଯେଉଁ ଅସୁବିଧା ଅଛି ତାହା ମାସକୁ ମଧ୍ୟରେ ସମାଧାନ ହେବ।
