ରାଜଧାନୀ ଭୁବନେଶ୍ବର ଚାଞ୍ଚଲ୍ୟ । ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଏକ ଭଡା ଘରୁ ସିମ୍ ବକ୍ସ ଠାବ ହୋଇଛି । ଭଡାଘରର ୪ ମହଲାରୁ ସିମ୍ ବକ୍ସ ଠାବ କରିଛି ସ୍ପେଶାଲ ସ୍କ୍ବାଡ୍ । ସାଇବର ଠକେଇ ସହ ବିଭିନ୍ନ ଫ୍ରଡ୍ କଲ୍ କରିବାକୁ ଏହି ସିମ୍ ବକ୍ସ ବ୍ୟବହୃତ ହେଉଥିଲା ।ସ୍ପେଶାଲ ସ୍କ୍ବାଡ ଓ ଲକ୍ଷ୍ମୀସାଗର ପୋଲିସର ମିଳିତ ଚଢ଼ାଉରେ ଏହି ବକ୍ସକୁ ଠାବ କରାଯାଇଥିବା ବେଳେ ଜଣଙ୍କୁ ଅଟକ ରଖିଛି ପୋଲିସ।
ତେବେ ବିଭିନ୍ନ ଫ୍ରଡ୍ କଲ୍ ବା ଠକେଇ କାର୍ଯ୍ୟ କରିବାରେ ଏହି ସିମ୍ ବକ୍ସ ବ୍ୟବହୃତ ହେଉଥିଲା ବୋଲି ପୋଲିସ ଜାଣିବାକୁ ପାଇଛି। ଏହାକୁ ବ୍ୟବହାର କରି ଦେଶରେ ବିଭିନ୍ନ ସ୍ଥାନକୁ କଲ୍ କରିପାରିବ । କଲ୍ କେଉଁଠାରୁ ଆସୁଛି ତାହା ମଧ୍ୟ ଜଣାପଡିବ ନାହିଁ । ସାଇବର କ୍ରାଇମ ସହ ବାହାର ରାଜ୍ୟର କୌଣସି ପ୍ରକାର ର୍ୟାକେଟ୍ ଚଲାଇବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇ ପାରିବ । ଘଟଣାର ତଦନ୍ତ ଜାରି ରହିଛି ବୋଲି ଡିସିପି କହିଛନ୍ତି।