ଭୁବନେଶ୍ଵରରେ ଅଳିଆରୁ ବାହାରିବ ବାୟୋ ଗ୍ୟାସ୍।

ଅଳିଆ ଆବର୍ଜ୍ଜନାର ଦୁର୍ଗନ୍ଧରୁ ମୁକ୍ତି ପାଇବେ ରାଜଧାନୀବାସୀ । ଭୁବନେଶ୍ଵରରେ ପ୍ରତିଷ୍ଠା ହେବ ବାୟୋଗ୍ୟାସ୍ ପ୍ଲାଣ୍ଟ୍ ।ଏନେଇ ଭୁବନେଶ୍ଵର ମହାନଗର ନିଗମ ଅଏଲ ଇଣ୍ଡିଆ ମଧ୍ୟରେ ଚୁକ୍ତି ସ୍ଵାକ୍ଷର ହୋଇଛି। ଅଏଲ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୭୫ କୋଟି ଟଙ୍କା ବ୍ୟୟରେ ୨୦୦ ଟିପିଡି(Ton Per Day) ବିଶିଷ୍ଟ କମ୍ପ୍ରେସ୍‌ଡ୍ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର, ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ଉପସ୍ଥିତିରେ ଅଏଲ୍ ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ସହ ଚୁକ୍ତି ସ୍ଵାକ୍ଷର ହୋଇଛି।

ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ୮ ଏକର ଜମି ଚିହ୍ନଟ କରାଯାଇଛି। ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବର୍ତ୍ତମାନ ଭୁବନେଶ୍ବରରୁ ଦୈନିକ ୩୮୦ ଟନ୍ ଓଦା ବର୍ଜ୍ୟବସ୍ତୁ ବାହାରୁଥିବା ବେଳେ ଏଥିରୁ ୧୨୦ ଟନ୍ ବର୍ଜ୍ୟବସ୍ତୁ ବୈଜ୍ଞାନିକ ପଦ୍ଧତିରେ ୩୭ଟି ମାଇକ୍ରୋ କମ୍ପୋଟିଂ ସେଣ୍ଟର୍ରେ ପ୍ରକ୍ରିୟାକରଣ କରାଯାଉଛି । ଅବଶିଷ୍ଟ ୨୬୦ ଟନ୍ ପାରମ୍ପାରିକ ଭାବରେ ୱିଣ୍ଡୋ କମ୍ପୋଷ୍ଟି ସେଣ୍ଟରରେ ପ୍ରକ୍ରିୟାକରଣ କରାଯାଉଛି । ଆଗକୁ ରାଜ୍ୟର ୭ ଟି ସହରରେ ଏଭଳି ବାୟୋଗ୍ୟାସ ପ୍ଲାଣ୍ଟ ସ୍ଥାପନ କରାଯିବ ।

ଅଧିକ ପଢନ୍ତୁ

kc ads