ଭୁବନେଶ୍ଵରରେ ପହଞ୍ଚିଲେ ହକି ତାରକା ଅମିତ ରୋହିଦାସ

ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଘରକୁ ଫେରିଛନ୍ତି ହକି ତାରକା ଅମିତ ରୋହିଦାସ। ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଭାଜପା ବିଧାୟକ ବାବୁ ସିଂ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କିଙ୍କୁ ସ୍ତ୍ରୀ, କିସ୍‌-କିଟ୍‌ର ଛାତ୍ରୀଛାତ୍ରୀ ଉପସ୍ଥିତ ରହି ତାଙ୍କୁ ବିମାନବନ୍ଦରକୁ ପାଛୋଟି ଆଣିଥିଲେ। ଅମିତ ରୋହିଦାସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଉଭୟଙ୍କର ପ୍ରୟାସ ଯୋଗୁ ଓଡ଼ିଶାରେ ହକି ଖେଳ ଓ ଖେଳାଳିମାନେ ଆଗକୁ ଯିବେ।

ଏହାପରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବାର କାର୍ଯ୍ୟକ୍ରମ କରହିଛି।ପୂର୍ବ ପରି ଚଳିତ ବର୍ଷ ଅଲିମ୍ପିକ୍ସରେ ହକି ପ୍ରତି ତାଙ୍କର ଅବଦାନ ପ୍ରଶଂସନୀୟ । ପଡିଆରେ ତାଙ୍କ ଡିଫେନ୍ସ କୌଶଳ ହେଉ ବା ପ୍ରତିପକ୍ଷ ଖେଳାଳିଙ୍କୁ ଅଟକାଇବା ହେଉ ସବୁଥିରେ ତାଙ୍କର କୌଶଳକୁ ନେଇ ଚର୍ଚ୍ଚା । ଅମିତ ରୋହିଦାସଙ୍କ ଖେଳ କୌଶଳ ଭବିଷ୍ୟତ ପିଢିଙ୍କ ପାଇଁ ବେଶ୍ ପ୍ରେତ୍ସାହଦାୟୀ ହେବ ବୋଲି ଖେଳ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

ଅଧିକ ପଢନ୍ତୁ

kc ads