ଭୁବନେଶ୍ୱରରେ ଆରମ୍ଭ ହେଲା କୁକୁର ବନ୍ଧ୍ୟାକରଣ

ଆଜିଠାରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ। ଏହି କ୍ରମରେ ବିଏମ୍‌ସି କାର୍ଯ୍ୟାଳୟରେ ବଏମ୍‌ସି ମେୟର କୁକୁର ଉଦ୍ଧାର ଗାଡ଼ିର ଶୁଭାରମ୍ଭ କରିଛନ୍ତି। । ପ୍ରାଥମିକ ପର୍ଯ୍ୟାୟରେ ମହାନଗର ନିଗମ ଅଞ୍ଚଳରେ ୨ଟି ଗାଡ଼ି ବୁଲିବ । ଏବେ ଭୁବନେଶ୍ବରରେ ୭୦ ହଜାରରୁ ଅଧିକ ବୁଲା କୁକୁର ରହିଛନ୍ତି । ପ୍ରତି ମାସରେ ପ୍ରାୟ ୨ ହଜାର ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିବା ପାଇଁ ବ୍ୟବସ୍ଥା କରିଛି ବିଏମ୍‌ସି । ସେମାନଙ୍କୁ ବନ୍ଧ୍ୟାକରଣ କରିବା ପାଇଁ ହାଇଦ୍ରାବାଦ ସ୍ଥିତ ଭେଟ୍ସ ସୋସାଇଟ୍ ଫର୍‌ ଆନିମଲ ଓ୍ୱେଲଫେୟାର ଆଣ୍ଡ ରୁରାଲ ଡେଭଲପମେଣ୍ଟ ସାହାଯ୍ୟ ନିଆଯାଇଛି । ଆସନ୍ତା ୩ ବର୍ଷ ପାଇଁ ଏହି ବନ୍ଧ୍ୟାକରଣ ପ୍ରକ୍ରିୟା ଜାରି ରହିବ। ବନ୍ଧ୍ୟାକରଣ ଦ୍ୱାରା ସହରରେ ବୁଲା କୁକୁରଙ୍କର ସଂଖ୍ୟା ବୃଦ୍ଧିକୁ ରୋକିବାକୁ ଲକ୍ଷ୍ୟ ରହିଛି। ବନ୍ଧ୍ୟାକରଣ ସହ କୁକୁର ଗଣନା କରିବ ଭୁବନେଶ୍ୱର ମହାନଗର ନିଗମ ।

ଅଧିକ ପଢନ୍ତୁ

kc ads