ଭୁବନେଶ୍ୱରରେ ଦିବ୍ୟାଙ୍ଗ ଯୁବତୀଙ୍କ ଆତ୍ମହତ୍ୟା ।ରାଜ୍ୟରେ ଏବେ ଦିବ୍ୟାଙ୍ଗମାନେ ମଧ୍ୟ ଅସୁରକ୍ଷିତ-ବିଜେଡି

ଭୁବନେଶ୍ୱରରେ ଯୁବତୀଙ୍କ ଆତ୍ମହତ୍ୟା । ହତ୍ୟା ଅଭିଯୋଗ ଆଣିଲେ ବାପା। ମୃତ ଯୁବତୀଙ୍କ ଘର ରାୟଗଡ଼ା ଜିଲ୍ଲାରେ । ପ୍ରାୟ ଦେଢ଼ ବର୍ଷ ହେବ ସେ ଭୁବନେଶ୍ୱର ଡମଣା ଅଞ୍ଚଳରେ ଭଡା ଘରେ ରହି ସତ୍ୟଭାମା କଲେଜରେ ପାଠ ପଢୁଥିଲେ । ହେଲେ ଏବେ ସେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଝିଅଙ୍କ ମୃତ୍ୟୁର ଖବର ପାଇ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ପରିବାର ପକ୍ଷରୁକୁହ ଯାଇଛି ଯେ ତାଙ୍କ ଝିଅକୁ ବ୍ଲାକ ମେଲିଂ କରାଯାଉଥିଲା । ଆଉ ସେଥି ପାଇଁ ସେ ଆତ୍ମହତ୍ୟା କରିଛନ୍ତି । ଏପିରିକି ତିନି ମାସ ତଳେ ଜୋର ଜବରଦସ୍ତି ବିବାହ କରିବାକୁ ଧମକ ଦେଇଥିଲେ ଯୁବକ । ଯାହାକୁ ନେଇ ମାନସିକ ଚିନ୍ତାରେ ରହୁଥିଲେ ଯୁବତୀ । ଅନ୍ୟପଟେ ଯୁବତୀ ଜଣଙ୍କ ଥିଲେ ଦିବ୍ୟାଙ୍କ । ସେ ଶୁଣ ପାରନ୍ତିନି କିମ୍ବା କଥା କହିପାରନ୍ତିନି । ଏପଟେ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ କରିବା ସହ ମୃତକଙ୍କ ପରିବାରକୁ ଭେଟିଛନ୍ତି ବିଜେଡିର ଏକ ପ୍ରତିନିଧି ଦଳ । ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସରକାରଙ୍କୁ ଆକ୍ଷେପ କରିଛି ବିଜେଡି। ରାଜ୍ୟରେ ଏବେ ଦିବ୍ୟାଙ୍ଗମାନେ ମଧ୍ୟ ଅସୁରକ୍ଷିତ ବୋଲି ବିଜେଡି କହିଛି ।

ଅଧିକ ପଢନ୍ତୁ

kc ads