ଭୁବନେଶ୍ୱରରେ ଲାଗିବ ସଡ଼କ ଦୁର୍ଘଟଣା ଘଣ୍ଟା

ଭୁବନେଶ୍ବର ଏଜି ଛକରେ ସ୍ଥାପନ ହେବ ସଡ଼କ ଦୁର୍ଘଟଣା ଘଣ୍ଟା । ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ମହାପ୍ରବନ୍ଧକଙ୍କୁ ପରିବହନ ଯୁଗ୍ମ ନିର୍ଦ୍ଦେଶକଙ୍କ ଚିଠି । ସଡ଼କ ଦୁର୍ଘଟଣା ବାବଦରେ ସଚେତନ କରିବ ସଡ଼କ ଦୁର୍ଘଟଣା ଘଣ୍ଟା।ଦିନକୁ ଦିନ ଦୁର୍ଘଟଣା ବଢ଼ିଚାଲିଥିବା ବେଳେ ଦୁର୍ଘଟଣାକୁ ରୋକିବା ପାଇଁ କିଛି ଏଭଳି ପଦକ୍ଷେପ ନିଆଯାଉଛି । ଏହାଦ୍ୱାରା ଲୋକେ ସଚେତନ ହେବେ ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ କମିବ ବୋଲି ଆଶା ରହିଛି ।ଭୁବନେଶ୍ୱର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ୍‌। ଏନେଇ ର୍ପୂବରୁ ର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ। ମାଟି ତଳେ ଓ ଉପରେ ୨ ଥାକିଆ ରାସ୍ତା ନିର୍ମାଣ ହେବ। କଳ୍ପନା, ଖଣ୍ଡଗିରି ଓ ଜୟଦେବ ବିହାରରୁ ନାଲ୍‌କୋ ପର୍ଯ୍ୟନ୍ତ ଏଲିଭେଟେଡ୍‌ କରିଡର୍‌ ନିର୍ମାଣ କରାଯିବ। ପ୍ରାରମ୍ଭିକ ଡିପିଆର ପ୍ରସ୍ତୁତ ହୋଇଥିବା କହିଥିଲେ ମନ୍ତ୍ରୀ।

ଅଧିକ ପଢନ୍ତୁ

Odisha Darpan Digital