ଭୁବନେଶ୍ୱରରେ ୪ ବର୍ଷର ଶିଶୁକୁ ଅପହରଣ କଲା ଧରମଭାଇ ।

ଭୁବନେଶ୍ୱରର ଭୋଇ ନଗରରୁ ଚାରି ବର୍ଷ ଶିଶୁ ପୁତ୍ର ଅପହରଣ ଘଟଣା । କିଛି ଘଣ୍ଟା ମଧ୍ୟରେ ଶିଶୁକୁ ଉଦ୍ଧାର କଲା ସହିଦନଗର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ। ବାପା ମା ଘର ଭିତରେ ଥିବା ସମୟରେ ବାହାରେ ଖେଳୁଥିବା ଶିଶୁ ପୁତ୍ରକୁ ଅପହରଣ କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ ଅଭିଷେକ ଦିଗଲ ଓରଫ ସୋନୁ । ବେଙ୍ଗାଲୁରରେ ସୋନୁ ସହ ଅଭିଯୋଗକାରିଣୀ ଗୋରିତା ସିଂଙ୍କ ଦେଖା ହେଇଥିଲା । ସମ୍ପର୍କ ବଢିବା ସହ ସୋନୁକୁ ଧରମ ଭାଇ ବନାଇଥିଲେ ଗୋରିତା । ଗୋରିତ ଭୁବନେଶ୍ୱର ଫେରି ଆସି ନିଜ ସ୍ୱାମୀ ଓ ପିଲାଙ୍କ ସହ ରହିଥିଲେ। ପାଖାପାଖି ବର୍ଷେ ପରେ ଅଭିଯୁକ୍ତ ଭୁବନେଶ୍ୱର ଆସି ଗୋରୀତାଙ୍କୁ ଦେଖା କରିଥିଲେ । ଧରମ ଭାଇ ହିସାବରେ ଗୋରିତ ତାଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ । ମଙ୍ଗଳବାର ଦିନ ସାଢେ ୧୦ଟାରେ ଶିଶୁକୁ ନେଇ ଫେରାର ହୋଇଯାଇଥିଲା ଅଭିଯୁକ୍ତ ସୋନୁ । ଏନେଇ ଗରିତା ସହିଦଦଗର ଥାନାରେ ଅଭିଯୋଗ କରିଥିଲେ। ଆଉ ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ଆକ୍ସନକୁ ଆସିଥିଲା। ଆଉ ମାତ୍ର କିଛି ଘଣ୍ଟାର ଅପରେସନରେ ପୋଲିସ ଶିଶୁକୁ ସାଲିଆସାହିରୁ ଉଦ୍ଧାର କରିଛି। ଏହା ସହ ଅପହରଣରେ ସଂପୃକ୍ତ ଧରମ ଭାଇକୁ ମଧ୍ୟ ଗିରଫ କରିଛି ସହିଦ ନଗର ଥାନା ପୋଲିସ।

ଅଧିକ ପଢନ୍ତୁ

kc ads