ଭୁବନେଶ୍ୱରରେ ୯ ହଜର ଏକରରେ ହେଉଛି ନୂଆ ଟାଉନ୍‌ ପ୍ଲାନିଂ

ରାଜଧାନୀରେ ବଡ଼ ପ୍ଲାନ କରୁଛନ୍ତି ସରକାର । ଶାସ୍ତାରେ ଘର ଆଉ ଜମି ପାଇବେ ସାଧାରଣ ଲୋକେ । ୯ ହଜାର ଏକର ଜମିରେ ଭୁବନେଶ୍ୱର ଡେଭଲପ୍‌ମେଣ୍ଟ ଅଥରିଟି ବା ବିଡିଏ କରୁଛି ଟାଉନ ପ୍ଲାନିଂ । ଭୁବନେଶ୍ୱର ଗୋହିରିଆ ଛକ ନିକଟରେ ବିଡିଏ କରୁଛି ଏହି ଟାଉନ ପ୍ଲାନିଂ । ଏନେଇ ଖୋଦ୍ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି । ତେବେ ମନ୍ତ୍ରୀଙ୍କ କହିବା କଥା ଯେଉଁ ଜମିକୁ ଲୋକେ ଶାଗ ମାଛ ଦରରେ ବିକ୍ରି କରୁଥିଲେ ଏବେ ସେହି ଜମି ପାଇଁ ସେମାନେ ଭଲ ମୂଲ୍ୟ ପାଇପାରିବେ । ସହର ବଢ଼ିଲେ ବସ୍ତି ସଂଖ୍ୟା କମିବ ଆଉ ଗହଳି କମିବ । ଆମେ ସହରକୁ ବଡ଼ କରିବା ସହ ପ୍ଲାନ କରି ଭାଗ ଭାଗ କରୁଛୁ, ଯାହାଫଳରେ ସଧାରଣ ଲୋକଟିଏ ଅଧିକ ସୁବିଧା ପାଇପାରିବ । ଅନ୍ୟପଟେ ପୁରୀରେ ହେବ ଟାଉନ ପ୍ଳାନିଂ ସ୍କିମ୍। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା। ସୂଚନା ଦେଇ କହିଛନ୍ତି ଯେ ଭୁବନେଶ୍ୱର ପରେ ପୁରୀରେ ହେବ ଟାଉନ ପ୍ଳାନିଂ ସ୍କିମ୍। ପୁରୀ ସମେତ ରାଜ୍ୟର ଅନ୍ୟ ମହାନଗରରେ ଟାଉନ ପ୍ଳାନିଂ ଯୋଜନା। ୯ ହଜାର ଏକର ଜମିରେ ବିଡିଏର ଟାଉନ୍ ପ୍ଲାନିଂ।

ଅଧିକ ପଢନ୍ତୁ