ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମୀନା

ଭୁବନେଶ୍ବରର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା । ପିନାକ ମିଶ୍ରଙ୍କଠାରୁ ଦାୟିତ୍ବ ନେଲେ ମୀନା ।ତେବେ ଦାୟିତ୍ୱ ନେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଗମୋହନ ମୀନା କହିଛନ୍ତି ଯେ, ଅପରାଧ ତଦନ୍ତ ଏବଂ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗୁରୁତ୍ୱ ଦିଆଯିବ । ସାଧାରଣ ଲୋକଙ୍କ ପ୍ରତି ଯତ୍ନବାନ ହେବୁ । ଚାରିଆଡେ ସିସିଟିଭି ସର୍ଭେଲାନ୍ସ ବଢାଯିବ । ଆଗକୁ ସାଇବର ଥାନାକୁ ମଧ୍ୟ ସୁଦୃଢ କରାଯିବ । ନବନିଯୁକ୍ତ କନେଷ୍ଟବଳକୁ କିପରି ବ୍ୟବହାର କରାଯିବ । ସେନେଇ ତୁରନ୍ତ ପଦକ୍ଷେପ ନିଆଯିବ ।

ଅଧିକ ପଢନ୍ତୁ