ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦେଇ ସମଗ୍ର ଦେଶରେ ନିନ୍ଦିତ ହୋଇଥିବା କଟକ-ଭୁବନେଶ୍ଵର କମିଶନରେଟ୍ ପୁଲିସରେ ଆମୂଳଚୁଳ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ମୋହନ ମାଝୀ ସରକାର।ଭୁବନେଶ୍ୱରର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର ।ଆଇପିଏସ୍ ପ୍ରତୀକ ସିଂଙ୍କ ଜାଗା ନେଲେ ପିନାକ ମିଶ୍ର । କିଛି ଦିନ ତଳେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଥିଲେ । ୨୫ ଜଣ ଆଇପିଏସ୍ ଅଫିସରଙ୍କୁ ଅବଦଳବଦଳ କରାଯାଇଥିଲା । ଯେଉଁଥିରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କୁ ମଧ୍ୟ ବଦଳି କରାଯାଇଥିଲା । ପ୍ରତୀକ ସିଂହଙ୍କୁ କଟକ ଗ୍ରାମାଞ୍ଚଳର ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଥିଲା । ଆଉ ପ୍ରତୀକ ସିଂହଙ୍କ ବଦଳରେ ପିନାକ ମିଶ୍ରଙ୍କୁ ଭୁବନେଶ୍ୱରର ଡିସିପି ଭାବେ ନିଯୁକ୍ତ କରିଥିଲେ ରାଜ୍ୟ ସରକାର । ତେବେ ବିଜ୍ଞପ୍ତି ପ୍ରକାଶ ପାଇଁ ପରେ ସମସ୍ତ ଅଫିସରଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଏହିକ୍ରମରେ ଗୁରୁବାର ଦିନ ଆଇପିଏସ୍ ପିନାକ ମିଶ୍ର ଭୁବନେଶ୍ୱରର ନୂତନ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ଵ ଗ୍ରହଣ ପରେ ସେମାନଙ୍କୁ କମିଶନରେଟ୍ ପୁଲିସ ପକ୍ଷରୁ ଗାର୍ଡ଼ ଅଫ୍ ଅନର ଦିଆଯାଇଛି। ପାର୍ବଣ ଋତୁରେ କଟକ ଭୁବନେଶ୍ଵରକୁ ଅପରାଧମୁକ୍ତ କରିବା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଉପରେ ପ୍ରାଥମିକତା ଦିଆଯିବ ବୋଲି ଦୁଇ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।