ଭୁବନେଶ୍ୱର- ଦୁବାଇ ବିମାନ ବାତିଲ

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଭୁବନେଶ୍ୱର- ଦୁବାଇ ବିମାନ ବାତିଲ । ଏନେଇ ସୂଚନା ଦେଲେ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ । ଆଜି ଦୁବାଇକୁ ବିମାନ ଯିବାର ସିଡ୍ୟୁଲ ଥିଲା କିନ୍ତୁ ଗତକାଲି ଏହାକୁ କ୍ୟାନସେଲ କରାଯାଇଛି । ଏୟାର ସ୍ପେସ ନ ଥିବାରୁ ମଧ୍ୟ ପୂର୍ବ ଅଞ୍ଚଳ ପାଇଁ ବିମାନ ସେବା ବନ୍ଦ ଅଛି । ଦୁବାଇ, ଧାବି, ମାସର୍କର ପାଇଁ ଏୟାର ସ୍ପେସ ନାହିଁ । ଓ୍ବେଷ୍ଟ ବାଉଣ୍ଡ ଫ୍ଲାଇଟ୍ ପ୍ରଭାବିତ ହୋଇଛି । କାଲି ଅପଡେଟ ମିଳିବା ପରେ ଦୁବାଇ ବିମାନକୁ ନେଇ ନିଷ୍ପତ୍ତି ନିଆଯିବ । ଏହାରି ଭିତରେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ସମେତ ଅନେକ ଭାରତୀୟ ବିମାନ ମଧ୍ୟପ୍ରାଚ୍ୟକୁ ଏବଂ ସେଠାରୁ ଉଡାଣ କରିବା ବାତିଲ କରାଯାଇଛି । ଏଣୁ ଦିଲ୍ଲୀ, ମୁମ୍ବାଇ ଏବଂ ଅନ୍ୟାନ୍ୟ ପ୍ରମୁଖ ଅନ୍ତର୍ଜାତୀୟ ହବ ସମେତ ଭାରତର ବିଭିନ୍ନ ବିମାନ ବନ୍ଦରରେ ଶହ ଶହ ଯାତ୍ରୀ ଫସି ରହିଛନ୍ତି । ଏୟାର ଇଣ୍ଡିଆ ମାର୍ଚ୍ଚ ୨ରେ ଲଗାତାର ଦ୍ୱିତୀୟ ଦିନ ପାଇଁ ଅନେକ ଅନ୍ତର୍ଜାତୀୟ ବିମାନ ଚଳାଚଳ ବାତିଲ କରିଛି ।

ଅଧିକ ପଢନ୍ତୁ