ଭୁବନେଶ୍ୱର ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ହେବ ଦୋକାନ ବଣ୍ଟନ

ବିଡିଏ ଭାଇସ୍‌ ଚେୟାରମ୍ୟାନ ଡ.ଏନ୍‌ ତିରୁମାଲା ନାଏକ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ଦୋକାନ ବଣ୍ଟନ ହେବ ବୋଲି ସେ ସୂଚନା ଦେଇଛନ୍ତି।୧୦ ଦିନ ଭିତରେ ୧୨୦ ଦୋକାନୀଙ୍କୁ ଲଟେରୀ ମାଧ୍ୟମରେ ହେବ ଆବଣ୍ଟନ। ଦୋକାନୀଙ୍କ ମଧ୍ୟରେ ଟିକେ ଅନ୍ତର୍ଦ୍ବନ୍ଦ୍ବ ଥିଲା, ଯାହା ଏବେ ଦୂର ହୋଇଛି। ପୁରୁଣା ବସ୍ ଷ୍ଟାଣ୍ଡରେ ଦୋକାନ ଦେଇଥିବା ଦୋକାନୀଙ୍କୁ ଦିଆଯିବ ଦୋକାନ।ବସ୍ ଟର୍ମିନାଲରେ ପାଖାପାଖି ଲକ୍ଷେ ବର୍ଗ ମିଟର କମର୍ସିଆଲ ସ୍ପେସ୍ ରହିଛି । ଏହାର ଉନ୍ନତି ପାଇଁ ପ୍ରତି ବର୍ଗ ମିଟରକୁ ୫୨ ଟଙ୍କା ହିସାବରେ ଗୋଟିଏ ଏଜେନ୍ସିକୁ ଦିଆଯାଇଛି ।

ଏଜେନ୍ସି ଉନ୍ନତିକରଣ କାମ କରିବ । ଖୁବ୍‌ଶୀଘ୍ର ସେହି ଏଜେନ୍ସିକୁ ଦିଆଯିବ ୱାର୍କ ଅର୍ଡର । କିଛି ଷ୍ଟ୍ରକଚରରେ ପରିବର୍ତ୍ତନ କରାଯିବ । ଭାଙ୍ଗିରୁଜି ଯାଇଥିବା କବାଟ କିମ୍ବା ଅନ୍ୟାନ୍ୟ ଷ୍ଟ୍ରକଚର ପାଇଁ ସମ୍ପୃକ୍ତ ଏଜେନ୍ସି ଦାୟୀ ରହିବ । ଯେଉଁ ସୁବିଧା ସୁଯୋଗ ଯୋଗାଇବା ଲକ୍ଷ୍ୟ ନେଇ ବସ୍ ଟର୍ମିନାଲ ଆରମ୍ଭ ହୋଇଥିଲା ସବୁ ସୁବିଧା ସୁଯୋଗ ଯାତ୍ରୀଙ୍କୁ ମିଳିବ ।

ଅଧିକ ପଢନ୍ତୁ